ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସମ୍ବେପଦର ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କ୍ରୀଡାରେ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର, ବନ୍ଧସାହି, ପଣସପଦର, ମଲିକସାହି କ୍ରିକେଟ ଟିମ ଭାଗ ନେଇ ଥିଲେ I ଫାଇନାଲ ମ୍ୟାଚରେ ସମ୍ବେପଦର ବିଜୟୀ ହୋଇଥିବା ବେଳେ ପଣସପଦର ଉପ ବିଜେତା ହୋଇଥିଲା I
ବାବା ସୋମନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଉକ୍ତ ଖେଳକୁ ଖଜୁରୀପଡ଼ା ସମାଜସେବି ବିକାଶ କୁମାର ଦିଗାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଦୁତିମେଣ୍ଡି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଧେଶକ ପ୍ରଦୀପ କୁମାର ସେଠି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଏହା ସହ ଦୈନିକ ଆଶା ଖବର କାଗଜର ପ୍ରତିନିଧି ମନୋଜ କୁମାର ବେହେରା, ଆସ୍ତିକ ମଲିକ ପ୍ରମୁଖ ଉପସ୍ଥିତ ଥିଲେ I ଏହା ଟୁର୍ଣ୍ଣାମେଂଟକୁ ବାଦଲ, ପିଣ୍ଟୁ, ଚିନୁ,ଶିବା, ଦେବୁ, ରମେଶ, ଲୋକନାଥ ଏବଂ ବାବା ସୋମନାଥ ଯୁବକ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ I