ମୃତ୍ୟୁ ହୋମଗାର୍ଡଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା……

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଆଦର୍ଶ ଟାଉନ ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରାଙ୍କର ଗତ ତା ୩୧/୦୫/୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା I ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଓ ସହଯୋଗ ପ୍ରକାରେ ମୃତ ଅନୁ ବେହେରାଙ୍କ ଦଶାହ କାର୍ଯ୍ୟରେ ତାଙ୍କ ପରିବାରକୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେଇ ତାଙ୍କ ପରିବାରକୁ ସାନ୍ତନା ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି ପ୍ରଭାତ କୁମାର୍ ସାହାଣି, ଉପ-ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଏସ୍ କେ ରିହାଜୁଦିନ ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର୍ ବେହେରା, ଉପସଭାପତି ସାଫ୍ରିନ ଖାନ୍, ସହ ସମ୍ପାଦକ ଚିଦାନନ୍ଦ ଦାସ, କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ, ଉପ କୋଷାଧ୍ୟକ୍ଷ ଭଜରାମ ନାୟକ ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ଶୋରସ୍ୱତୀ ନାୟକ, ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ I କିନ୍ତୁ ଦୁଃଖର ବିଷୟ ଜୀବନସାରା ପୁଲିସ୍ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନକୁ ବାଜି ଲଗାଇ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କର ଦୁଃଖ ବୁଝୁନ ଥିବା ଅଭିଯୋଗ ହେଉଛି I କୈଣସି ହୋମଗାର୍ଡ ଭାଇ ଭଉଣୀ ଯଦି ଅବସର ନିଅନ୍ତି କି ମୃତ୍ୟୁ ବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାରର କୌଣସି ସଦସ୍ୟଙ୍କୁ ଚାକିରୀ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ I କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ I ଏବାବଦରେ ଜିଲ୍ଲା ଗୃହରକ୍ଷୀ ଆର୍ ଆଇ ଦାୟିତ୍ୱରେ ଥିବା ସୁବେଦାର ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ବିଫଳ ହୋଇ ଥିବା ହୋମଗାର୍ଡ ସଂଘ ପକ୍ଷରୁ କୁହାଯାଇଛି I ରାଜ୍ୟ ସରକାରଙ୍କ ଏସବୁ ସୁବ୍ୟବସ୍ତା ନଥିବାରୁ ଅବସର ନେଇଥିବା ହୋମଗାର୍ଡ ପରିବାର ଏବଂ ମୃତ୍ୟୁବରଣ କରିଥିବା ହୋମଗାର୍ଡ ପରିବାର ବିଭିନ୍ନ ଅସୁବିଧାର ସମୂଖିନ ହେଉଛନ୍ତି I ସେହିପରି ଦିନକୁଦିନ ସମସ୍ତ ସାମଗ୍ରୀ ତଥା ପନିପରିବା, ରାସନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଥିବା ବେଳେ ହୋମଗାର୍ଡ ଚାକିରୀଆଙ୍କ ଦରମା ବୃଦ୍ଧି ହୋଇପାରୁ ନାହିଁ I ସେଥି ସକାସେ କନ୍ଧମାଳ ଜିଲ୍ଲାର ମଞ୍ଜୁଲତା ଏବଂ କିଛି ଶୃଙ୍ଖଳୀତ ହୋମଗାର୍ଡ ଭାଇ ମାନେ ଆଇନୀଗତ ଭାବରେ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ୨୦୧୯ ମସିହାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇ କେସ୍ କରି ଥିଲେ I ହାଇକୋର୍ଟ ଦୈନିକ ଭତା ୫୩୪ ଟଙ୍କା ହୋମଗାର୍ଡମାନଙ୍କୁ ଦେବାପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ I କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ବର୍ତ୍ତମାନ ଷ୍ଟେଟ ହୁମାନରାଇଟ୍ ମିସନ ସଭାପତି ଦିଲ୍ଲୀପ କୁମାର ଧଳ, ମହିଳା ସଭାପତି ଆରତୀ ମଙ୍ଗରାଜ ଏବଂ ହୁମାନରାଇଟ୍ ମିସନ ଚ୍ୟାରମେନ ସୁପ୍ରିମକୋର୍ଟ ଆଇନ ଜୀବି ଶୀଖର ଶୀବାସ୍ତଙ୍କ ସହଯୋଗ କ୍ରମ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା କଟକ ସଭାପତି ରଞ୍ଜନ କୁମାର ମଲିକ, ଉପ ସଭାପତି ସୁସାନ୍ତ କୁମାର ପ୍ରଧାନ, ସମ୍ପାଦକ ବିଚିତ୍ରନନ୍ଦ ବିଶ୍ବାଳଙ୍କ ମାଧ୍ୟମରେ ମଞ୍ଜୁଲତା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ୍ ବର୍ତ୍ତମାନ ସୁପ୍ରିମକୋର୍ଟରେ ଫାଇଲ କରାଯାଇଛି I ସୁପ୍ରିମକୋର୍ଟ ଜୁନ ମାସରେ ସରକାରଙ୍କୁ ମାସିକ ଗୃହରକ୍ଷୀ ମାନଙ୍କ ଦରମା ୨୧ , ୭୦୦ ଟଙ୍କା ଦେବାପାଇଁ ନିର୍ଦେଶ ଦେଇଛନ୍ତି I।ଏହାର ପୁନର୍ବିଚାର କରିବାପାଇଁ ସୁପ୍ରିମକୋର୍ଟ ଛୁଟି ଖୋଲିବା ପରେ ହୋମଗାର୍ଡମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି I ଏଣୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳୀତ ହୋମଗାର୍ଡ ସଂଘ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସରକାର ପାଳନ କରି ୧୭୬୦୦ ଭତା ଦେଇ ହୋମଗାର୍ଡ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ସଂଘ ଅନୁରୋଧ କରିଛି I