ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲିଙ୍ଗେରି ମାହା ଠାରୁ ଉହାଙ୍ଗପାଟା ପର୍ଯ୍ୟନ୍ତ ଚାଲି ଥିବା କାମରେ ବ୍ୟାପକ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି I ଏହି କାର୍ଯ୍ୟର କାର୍ଡ ନମ୍ବର ୧୦୪୭୮୧୭୨ ଓ ଅଟକଳ ପରିମାଣ ୮୦,୦୦୦୦ ଲକ୍ଷ I ସେହିପରି ଉହାଙ୍ଗା ପାଟା ଠାରୁ ଗହମକୁଟି ନୂତନ ରାସ୍ତା ନିର୍ମାଣ ନିମନ୍ତେ କାର୍ଡ ନମ୍ବର ୧୦୪୭୮୧୮୨ ସରକାରୀ ଅନୁଦାନ ୫୦,୦୦୦୦ ଲକ୍ଷ ଟଙ୍କା ରାସ୍ତାର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଇଛି I
ସରକାରୀ ନିୟମାନୁଯାୟୀ ଏହି ମନରେଗା କାମକୁ ଶ୍ରମିକ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ ଜେସିବି ମେସିନ୍ ଦ୍ୱାରା କାମ କରାଯାଉ ଥିବା ଦେଖା ଦେଇଛି I କାର୍ଯ୍ୟ ଆରମ୍ଭ ପୂର୍ବରୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମପଞ୍ଚାୟତର ଲିଙ୍ଗେରି ମାହା ଗ୍ରାମରେ ସୂଚନା ଫଳକ ମଧ୍ୟ ଭାଙ୍ଗି ଯାଇ ଥିବା ଘଟଣା ସାମ୍ନାକୁ ଆସିଛି I ସୂଚନା ପ୍ରକାରେ ୧୦ ଜଣ ହିତାଧିକାରୀଙ୍କ ନାମରେ କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲେ ସୁଦ୍ଧା କାର୍ଯ୍ୟାଦେଶ ନାମକୁ ମାତ୍ର I

ହିତାଧିକାରୀଙ୍କ ବଦଳରେ ଏଠାରେ ଠିକାଦାର ଜେସିବି ମେସିନ ଦ୍ବାରା କାମ କରୁ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ I ଘଟଣା ସମ୍ପର୍କରେ ବିଭାଗ ଅଧିକାରୀଣିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ନଦେଇ ଓଲଟି ଘଟଣାକୁ ଘଣ୍ଟ ଘୋଡ଼ାଇବା ଭଳି ମନ୍ତବ୍ୟ ଦେଇଛନ୍ତି I ଠିକାଦାର ଓ ବିଭାଗୀୟ ଅଧିକାରିଣୀଙ୍କ ମଧୁ ଚନ୍ଦ୍ରିକାରେ ଶ୍ରମିକ ହତାଶ I ଅନ୍ୟ ପକ୍ଷରେ ଘଟଣାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା I କାର୍ଯ୍ୟାଦେଶ ନାକଚ କରି ଘଟଣାର ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ I