ବୁଡାଗୁଡା ଗ୍ରାମରେ ଆନନ୍ଦ ଉଲ୍ଲାସରେ ରଜ ପରବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ଓଡିଶା ରେ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ବ୍ଲକର ଉପାନ୍ତ ଗାଁ ଗୁଡିକରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି I ରେବୀଙ୍ଗିଆ ପଂଚାୟତର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ ପାରମ୍ପରିକ ରଜପର୍ବ କୁ ପାଳିତ କରିଛନ୍ତି l ଗାଁ ପରିବେଶ ମଧ୍ୟରେ ଗଛ ଡାଳରେ ଦୋଳିକୁ ସଜାଇ କୁଆଁରୀ ଝିଅ ସଜବାଜ ହୋଇ ଦୋଳି ଖେଳିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥିଲେ I ପାରମ୍ପରିକ ନୃତ୍ୟ ସଂଗୀତରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା I ମୁଖ୍ୟ ଅତିଥିଭାବେ କନ୍ଧମାଳ ଜ଼ିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଳିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରେବୀଙ୍ଗିଆ ଗ୍ରାମପଞ୍ଚାୟତର ସରପଞ୍ଚ ରଞ୍ଜୁଲତା ମଳିକ, ପୁରସ୍ତମ ବେହେରା ପ୍ରମୁଖ ମଂଚାସୀନ ଥିଲେ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେବୀଙ୍ଗିଆ ଗ୍ରାମର ଗ୍ରାମବାସୀ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ହୋଇ ଥିବା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ I ଯୁବକ ଯୁବତୀ ମଞ୍ଚରେ ନିଜ ନିଜର କଳା ପରିବେଷଣ କରିଥିଲେ I