ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଗୋପାଳ ସମାଜ ପକ୍ଷରୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତର ଗରାକୁମ୍ପା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୋପାଳ ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅନିମା କହଁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସ୍ଵର୍ଣ୍ଣ ଲତା କହଁର , ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ , ମମତା ମଲ୍ଲିକ, ନାଏବ ସରପଞ୍ଚ ସଂଗ୍ରାମ ନାଏକ, ସ୍ଵେଚ୍ଛାସେବୀ ବିଶ୍ଵ ପ୍ରକାଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ I ସେହି ପରି ମୁଖ୍ୟବକ୍ତା ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର ନାଥ କହଁର ଯୋଗ ଦେଇ ନିଜର ସୁଚିନ୍ତିତମନ୍ତବ୍ୟ ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମର ଗୁରୁ ଦାୟିତ୍ଵ ସଭାପତି ସୁବାଷ ଚନ୍ଦ୍ର ଭୋଇ, ଉପସଭାପତି ଭଳଭନ୍ଦ୍ର ନାୟକ, ସମ୍ପାଦକ ଉମେଶ ଚନ୍ଦ୍ର ଭୋଇ, ସହ ସମ୍ପାଦକ ରଞ୍ଜିତ କୁମାର୍ ଭୋଇ, କୋଷାଧ୍ୟକ୍ଷ ବସନ୍ତ ପ୍ରଧାନ,ଉପଦେଷ୍ଟା ମହେଶ୍ୱର ବର୍ଗତୀ, ଅରୁଣ କୁମାର ଭୋଇ, ରାଜେନ୍ଦ୍ର ଭୋଇ, ମହିଳା ସଭାନେତ୍ରୀ ବନିତା ନାୟକ ପ୍ରମୁଖ ସୁଚାରୁ ରୁପେ ଦାୟିତ୍ଵ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଗୋପାଳ ସମାଜ ପ୍ରେମୀ ଯୋଗଦେଇ ଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ସମାଜର ହିତ କାମନା କରି ଗୋପାଳ ସମାଜ ପକ୍ଷରୁ ୧୨ ଦଫା ଦାବି ପ୍ରଦାନ କରାଯାଇଥିଲା I