ସରାମୁଳି ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ, ଅତିଥି ଭାବେ ଯୋଗ ଦେଲେ ସାମ୍ବାଦିକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ସରାମୂଳି ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I
ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ସରାମୁଳି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରେମସିଲା ମୁଠମାଝୀ(ସରପଞ୍ଚ) ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ଗଗନ କୁମାର ପ୍ରଧାନ, ଜୋନ ୧୧ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ, କୁଳରଞ୍ଜନ ଉଠାନସିଂ(ନାଏବ ସରପଞ୍ଚ), ବଏନା ମାଝୀ(ୱାର୍ଡ ମେମ୍ବର) ଓ ଆଞ୍ଚଳିକ କମିଟି ସଭାପତି ଓ ସତ୍ୟଭାମା ପାତ୍ର(ୱାର୍ଡ ମେମ୍ବର) ପ୍ରମୁଖ ସମ୍ମାନନୀୟଅତିଥି ଭାବରେ ଯୋଗ ଦେଇଥିଲେ I
ମାଗଣା ଚକ୍ଷୁ ଚିକିତ୍ସା ପାଇବା ପାଇଁ ସରାମୁଳି ଗ୍ରାମପଞ୍ଚାୟତର ମାର୍ଦ୍ଧିପଙ୍ଖା, ବୁଲୁସୁଲା, ଭିଙ୍ଗିରିଗୁଡ଼ା, ବୁତେଡ଼ି, ଆଡ଼ି ପଦର, ପ୍ରହେଟି ପଙ୍ଖା, ନାଗେଟି, ବଡ଼ ଗାଁ, ତରଗା ବାଲି, ସିଂଜାକୁଟି, ସରମୁଳି, ପଙ୍ଗାମାହା, ପାକାଲ ମାହା, ଗୁଡିରିଗାଁ ଇତ୍ୟାଦି ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଚକ୍ଷୁ ଚିକିତ୍ସା କରାଇ ନେଇଥିଲେ I ଆଜି ସକାଳେ ଚାରିଜଣିଆ ଡାକ୍ତରୀ ଦଳ ସରାମୁଲି ଗ୍ରାମପଞ୍ଚାୟତ ଠାରେ ପହଞ୍ଚିବା ଖବର ପାଇ ଆଖପାଖ ଅଞ୍ଚଳର ଜନସାଧାରଣ ରାଜୀବ ଗାନ୍ଧୀ ସଭାଗୃହ ଠାରେ ଆଗ୍ରହର ସହ ରୁଣ୍ଡ ହୋଇ ଚକ୍ଷୁ ପରୀକ୍ଷା କରାଇ ନେଇ ଥିଲେ I
ସରାମୁଳି ଗ୍ରାମପଞ୍ଚାୟତ ଏକ ଦୁର୍ଗମ ଉପାନ୍ତ ଅଞ୍ଚଳ I ଏହି ଗ୍ରାମପଞ୍ଚାୟତ ଠାରେ ପ୍ରଥମ ଥର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବା ଅତ୍ୟନ୍ତ ସ୍ଵାଗତ ଯୋଗ୍ୟ I ଏହି ଅଞ୍ଚଳରେ ବହୁ ଚକ୍ଷୁ ରୋଗୀ ଅଛନ୍ତି I ମାଗଣା ଚକ୍ଷୁ ଶିବିର ଶିବିର ଅନୁଷ୍ଠିତ ହେବା ଦ୍ୱାରା ଉପାନ୍ତ ଅଞ୍ଚଳର ବହୁ ଗରିବ ଜନସାଧାରଣ ଉପକୃତ ହେବ I ଆଗମୀ ଦିନରେ ମଧ୍ୟ ଏହି ଭଳି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ସରପଞ୍ଚ ପ୍ରେମସିଲା ମୁଠମାଝୀ ମତପ୍ରକାଶ କରିଛନ୍ତି I ଜୋନ ୧୧ର ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ପ୍ରଶଂସା କରିବା ଛନ୍ତି I ଏହି ଭଳି ଭାବରେ ଦାରିଂବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆବଶ୍ୟକତା ରହିଛି ବୋଲି କହିଛନ୍ତି I