ଗଦାପୁର ଗ୍ରାମପଞ୍ଚାୟତରେ ଆୟୋଜିତ ହେଲା ମାଗଣା ଚକ୍ଷୁ ଚିକିତ୍ସା ଶିବିର: ତିନି ଶହରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀ ପାଇଲେ ଚିକିତ୍ସା, ଚକ୍ଷୁ ଚିକିତ୍ସା ଶିବିରକୁ ପ୍ରସଂଶା କଲେ ସ୍ଥାନୀୟ ଜନପ୍ରତିନିଧି….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଗଦାପୁର ଗ୍ରାମପଞ୍ଚାୟତର ସରପଞ୍ଚ କୁମାରୀ ମଲ୍ଲୀକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ଗଗନ କୁମାର ପ୍ରଧାନ, ଜୋନ ୧୧ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ, ପୂର୍ବତ୍ତନ ବ୍ଲକ ଅଧକ୍ଷା, ଦାରିଂବାଡ଼ି ତଥା ବର୍ତ୍ତମାନର ସମିତି ସଦସ୍ୟା ରୁଦା ମଲ୍ଲୀକ, ପବିତ୍ର ପ୍ରଧାନ(ନାଏବ ସରପଞ୍ଚ), କ୍ୟାଥରୀନା ଦିଗାଲ (ଜିଏସଏମ), ମଧୁସ୍ମିତା ବେହେରାପାତ୍ର(ୱାର୍ଡ ମେମ୍ବର) ପ୍ରମୁଖ ସମ୍ମାନନୀୟଅତିଥି ଭାବରେ ଯୋଗ ଦେଇଥିଲେ I ମାଗଣା ଚକ୍ଷୁ ଚିକିତ୍ସା ପାଇବା ପାଇଁ ଗଦାପୁର ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଚକ୍ଷୁ ଚିକିତ୍ସା କରାଇ ନେଇଥିଲେ I
ମାଗଣା ଚକ୍ଷୁ ଚିକିତ୍ସା ଶିବିର ସମ୍ପର୍କରେ ଖବର ପାଇ ଆଖପାଖ ଅଞ୍ଚଳର ଜନସାଧାରଣ ରାଜୀବ ଗାନ୍ଧୀ ସଭାଗୃହ ଠାରେ ଆଗ୍ରହର ସହ ରୁଣ୍ଡ ହୋଇ ଚକ୍ଷୁ ପରୀକ୍ଷା କରାଇ ନେଇ ଥିଲେ I ଗଦାପୁର ଗ୍ରାମପଞ୍ଚାୟତ ଏକ ଦୁର୍ଗମ ଉପାନ୍ତ ଅଞ୍ଚଳ I
ଏହି ଗ୍ରାମପଞ୍ଚାୟତ ଠାରେ ପ୍ରଥମ ଥର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବା ଅତ୍ୟନ୍ତ ଖୁସିର କଥା I ଏହି ଅଞ୍ଚଳରେ ବହୁ ଚକ୍ଷୁ ରୋଗୀ ଅଛନ୍ତି I କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ଚକ୍ଷୁ ଚିକିତ୍ସା କରିବା ପାଇଁ ସହରକୁ ଯାଇ ପାରୁନାହାନ୍ତି I ମାଗଣା ଚକ୍ଷୁ ଶିବିର ଶିବିର ଅନୁଷ୍ଠିତ ହେବା ଦ୍ୱାରା ଉପାନ୍ତ ଅଞ୍ଚଳର ବହୁ ଗରିବ ଜନସାଧାରଣ ଉପକୃତ ହେବ I
ଆଗମୀ ଦିନରେ ମଧ୍ୟ ଏହି ଭଳି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ସରପଞ୍ଚ କୁମାରୀ ମଲ୍ଲୀକ ପ୍ରତିକ୍ରିୟାରେ କରିଛନ୍ତି I ଜୋନ ୧୧ର ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ ଓ ଗଦାପୁର ସମିତି ସଭ୍ୟା ରୁଦା ମଲ୍ଲୀକ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ପ୍ରଶଂସା କରିବା ସହ ଅଞ୍ଚଳ ପାଇଁ ନିହାତି ଆବଶ୍ୟକ ବୋଲି କହିଛନ୍ତି I ଏହି ଚକ୍ଷୁ ଚିକିତ୍ସା ଶିବିରରେ ତିନି ଶହରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀ ଯୋଗ ଦେଇ ଥିଲେ I