କୋଟଗଡ଼ ପଞ୍ଚାୟତ ସମିତି ପକ୍ଷରୁ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି କହଁର, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ଭାଟ, ଜିଲ୍ଲାପରିଷଦ ସଭ୍ୟ ଜିରିମିୟ ସୁନାମାଝି , ସାଂସଦ ପ୍ରତିନିଧି ମନୋଜ ସାବତ, ବିଧାୟକ ପ୍ରତିନିଧି ସୁଶାନ୍ତ କହଁର, କୋଟଗଡ଼ ବ୍ଲକର ସମୁଦାୟ ୧୫ଟି ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ମାନଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର , ଶିକ୍ଷା ବିଭାଗ ଅଧିକାରୀ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ମତ୍ସ୍ୟ ବିଭାଗ ସହ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ I ଏହି ବୈଠକରେ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ବାଗତ କରାଯିବା ସହ ବ୍ଲକ ଅଧିନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପିଇବା ପାଣି ସମସ୍ୟାର କିଭଳି ସମାଧାନ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା I ବିଶେଷକରି କୋଟଗଡ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧ୍ୟାକାରୀମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଠିକ ଭାବରେ ହିତାଧ୍ୟାକାରୀମାନଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଉପସ୍ଥିତ ନିର୍ବାଚିତ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ I କୋଟଗଡ଼ ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବୈଠକରେ ପ୍ରତିନିଧିମାନେ ଉପସ୍ଥାପନା କରିଥିଲେ I ଏହାର ସମାଧାନ ପାଇଁ ଚେଷ୍ଟା ଜାରି ରହିଥିବା ଉପସ୍ଥିତ ଥିବା ଶିକ୍ଷାବିଭାଗ ଅଧିକାରୀଙ୍କ ସହ ଅଧ୍ୟକ୍ଷା ମଧ୍ୟ ମତ ରଖିଥିଲେ I ପ୍ରଥମ ଦିନର ପ୍ରଥମ ମିଟିଙ୍ଗରେ ବ୍ଲକ ଅଧକ୍ଷା ଓ ବିଡିଓ ମଧ୍ୟରେ ଯୁକ୍ତି ତର୍କ ହୋଇ ଥିବାର ଦେଖେବାକୁ ମିଳିଛି I ତାହା ପୁଣି ଦୁଇଟି ଚେୟାରକୁ ନେଇ I ଯାହା ପାଇଁ ବ୍ଲକ କାର୍ଯ୍ୟାଳୟ ପରିଶରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା I ଉତ୍ତେଜନା ଥମିବାରୁ ସାଧାରଣ ବୈଠକ ଆରମ୍ଭ ହୋଇ ଥିଲା I