ଧୁସାରିଗାଁ ଉଚ୍ଚବିଦ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଗ୍ରାମ ପଞ୍ଚାୟତର ଧୁସାରିଗାଁ ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଜୋନ ୧୧ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଗଦାପୁର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପବିତ୍ର ପ୍ରଧାନ ଓ ସାମ୍ବାଦିକ ଗଗନ କୁମାର ପ୍ରଧାନ ସାନମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ I ମାଗଣା ଚକ୍ଷୁ ଚିକିତ୍ସା ପାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇ ଚକ୍ଷୁ ଚିକିତ୍ସା କରାଇ ନେଇଥିଲେ I ଆଜି ସକାଳେ ଚାରିଜଣିଆ ଡାକ୍ତରୀ ଦଳ ଧୁସାରିଗାଁରେ ପହଞ୍ଚି ଥିଲେ I ଖବର ପାଇ ଆଖପାଖ ଅଞ୍ଚଳର ଜନସାଧାରଣ ଉଚ୍ଚବିଦ୍ୟାଳୟ ଠାରେ ଆଗ୍ରହର ସହ ରୁଣ୍ଡ ହୋଇ ଚକ୍ଷୁ ପରୀକ୍ଷା କରାଇ ନେଇ ଥିଲେ I ଧୁସାରିଗାଁ ଭଳିଆ ଉପାନ୍ତ ଅଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବା ଅତ୍ୟନ୍ତ ସ୍ଵାଗତ ଯୋଗ୍ୟ I ଏହି ଶିବିର ଦ୍ୱାରା ଉପାନ୍ତ ଅଞ୍ଚଳର ବହୁ ଗରିବ ଜନସାଧାରଣ ଉପକୃତ ହେବ I ଆଗମୀ ଦିନରେ ମଧ୍ୟ ଏହି ଭଳି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠମାଝୀ କହିଛନ୍ତି I ଗଦାପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ବହୁ ଗରିବ ଜନସାଧାରଣ ବସବାସ କରନ୍ତି I ଆମ ଅଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବା ଅତ୍ୟନ୍ତ ଖୁସିର ବିଷୟ I ଆଗମୀ ଦିନରେ ମଧ୍ୟ ଏହି ଭଳିଆ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିବାର ନିତାନ୍ତ ଆବଶ୍ୟକତା ବୋଲି ଗଦାପୁର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପବିତ୍ର ପ୍ରଧାନ ମତପ୍ରକାଶ କରିଛନ୍ତି I ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି I