କୁଡୁତୁଳି ପଞ୍ଚାୟତ ଠାରେ ପରିବର୍ତ୍ତନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ କୁଡୁତୁଳି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ପରିବର୍ତ୍ତନ ଓ ଶିକ୍ଷା ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠପଢ଼ା ବନ୍ଦ କରିଥିବା ଛାତ୍ରଛାତ୍ରୀମାନେ କିଭଳି ପୁଣିଥରେ ଉଚ୍ଚଶିକ୍ଷା ପାଇପାରିବେ ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିଲା I ନିଜ ବାଡ଼ିରେ କିଚେନ ଗାର୍ଡେନ ନିର୍ମାଣ କରି ଉନ୍ନତମାନର ଶାଗ ପରିବା ଅମଳ କରିବା ନିମନ୍ତେ ଗ୍ରାମବାସୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା I ଏଥିସହିତ ଅଙ୍ଗନବାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଗ୍ରାମରେ ଥିବା ଶିଶୁ ଓ ପ୍ରସୂତି ମହିଳାମାନେ ଖାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା I ଗ୍ରାମରେ ରହୁ ଥିବା ଲୋକମାନେ କିଭଳି ମୌଳିକ ଅଧିକାର ବିଦ୍ୟୁତ, ରାସନ୍ ଓ ବାର୍ଦ୍ଧକ୍ୟ ଭତ୍ତା ପାଇବେ ସେନେଇ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବିଡିଓ ଶରତ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଓ ସିଡିପିଓ ଯୋଗଦେଇ ଗ୍ରାମବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନ କରିଥିଲେ I ଏହି କାର୍ଯ୍ୟକ୍ରମକୁ କୁଡୁତୁଳି ସରପଞ୍ଚ ଶ୍ରିଚନ୍ଦ୍ର ମଲ୍ଲିକ ପରିଚାଳନା କରିଥିବାବେଳେ ସମସ୍ତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ I