ବ୍ରାହ୍ମଣପାଦର ଦୁଇ ସାହିରେ ପାନୀୟ ଜଳର ଉତ୍କଟ ଅଭାବ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣପାଦର ଦୁଇ ସାହିରେ ପାଣିର ଘୋର ସମସ୍ୟା ଦେଖିବାକୁ ମିଳିଛି l କଲରା ନନ୍ଦିରେ ପମ୍ପ ହାଉସ ରହିଛି କିନ୍ତୁ ତାହା ଠିକ ଭାବରେ କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ବର୍ତ୍ତମାନ ଗ୍ରୀଷ୍ମ ଊତୁ ହେଇଥିବାରୁ ଦୁଇ ସାହିରେ ପାଣିର ବହୁ ସମସ୍ୟା ଦେଖିବାକୁ ମିଳିଛି l ଗାଁରେ ପିଇବା ପାଣି ମିଳୁନାହିଁ ଯାହା ଦ୍ଵାରା ଗ୍ରାମର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଥିବା କହିଛନ୍ତି I ଘଟଣା ସମ୍ପର୍କରେ ଉପରିସ୍ଥ ପାଣି ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ମିଳୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଆଗାମୀ ଦିନରେ ଯଦି ବ୍ଲକ କିମ୍ବା ଗ୍ରାମ ପଞ୍ଚାୟତ ପ୍ରଶାସନ ଏହି ପାଣି ସମସ୍ୟାର ସମାଧାନ ନ କରନ୍ତି ତାହା ହେଲେ ବ୍ରାହ୍ମଣପାଦ ଦୁଇ ସାହି ଗ୍ରାମର ମହିଳା ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି I