ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ଼ ବ୍ଲକ ମାଦାଗୁଡ଼ା ଗ୍ରାମପଞ୍ଚାୟତ ଠାରେ ଆଜି ୩୦ତମ କୁରାଳ କୁମ୍ଭାର ସମାଜ ୨୦୨୨ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ୩ଟି ବ୍ଳକର ପାଞ୍ଚ ଶହରୁ ଉର୍ଦ୍ଧ କୁରାଳ ସମାଜର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି ସମାଜର ଉନ୍ନତି ନିମନ୍ତେ ନିଜନିଜର ମତାମତ ଉପସ୍ଥାପନ କରିଥିଲେ I
ଏହା ସହ ସମାଜକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ନୂତନ କମିଟି ମଧ୍ୟ ଗଠନ କରିଥିଲେ I ଉକ୍ତ କମିଟିର ସଭାପତି ରୂପେ ମଧୁ ପ୍ରଧାନୀ ଓ ସମ୍ପାଦକ ରୂପେ ନରେନ୍ଦ୍ର ରଣାଙ୍କୁ ସମର୍ଥନ ଜଣେଇ ସମାଜର ସମ୍ପୁର୍ଣ୍ଣ ଦାୟିତ୍ବ ଦିଆଯାଇଥିଲା I ଉକ୍ତ ସମିଳନୀର ନୀତି ଧାର୍ଯ୍ୟ ସମୟ ଅନୁସାରେ କାର୍ଯ୍ୟକ୍ରମକୁ ପରିଚାଳନା କରାଇ ସଭା ଶେଷରେ ସଭାର ଆୟଜକ ରମେଶ ଦଣ୍ଡସେନା ଉପସ୍ଥିତ ଥିବା କୁରାଳ ସମାଜର ସମସ୍ତ ସଦସ୍ୟଙ୍କୁ କୃତତଜ୍ଞତା ଜଣାଇ ଅନୁଷ୍ଠିତ ହୋଇଯାଇଥିବା ସମିଳନୀକୁ ସାଙ୍ଗ କରିଥିଲେ I