ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ମୁହାଁମୁହିଁ, ଜନପ୍ରତିନିଧିଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ପ୍ରଶାସକ ଓ ଜନପ୍ରତିନିଧି ମୁହାଁ ମୁହିଁ ହୋଇ ଥିବା ଦେଖା ଦେଇଛି I ମାତ୍ର କିଛି ଦିନ ପୂର୍ବେ ପାପଢ଼ାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜୟପୁର ବିଧାୟକଙ୍କ ମଧ୍ୟରେ ବିକାଶ କାମକୁ ନେଇ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା I ଠିକ ସେହି ଭଳି ଭାବରେ ବାଲିଗୁଡ଼ା ବ୍ଲକରେ ପ୍ରତିଟି କାମରେ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ମିଶାବତୀ ମଲିକଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପେକ୍ଷାକୁ କେନ୍ଦ୍ର କରି ତୀବ୍ର ଅସନ୍ତୋଷ ଦେଖା ଦେଇଛି I ଜନପ୍ରତିନିଧିମାନେ ମେଳିବାନ୍ଦି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଳୟକୁ ପ୍ରବେଶ କରିବାରୁ ଅପ୍ରିତିକର ପରିସ୍ଥିତି ଉପୁଜିଛି I ବ୍ଲକ କାର୍ଯ୍ୟଳୟକୁ ଯାଇ ଖୋଦ ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷା ମିଶାବତୀ ମଲିକ, ଉପାଧ୍ୟାକ୍ଷା ନିକଜିନି ଦିଗାଲ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ଃ ଜଗଦୀଶ ଷଡ଼ଙ୍ଗିଙ୍କୁ କାର୍ଯ୍ୟାଳୟରେ ଭେଟି ବିଭିନ୍ନ ବିକାଶ ମୂଳକ କାମକୁ ନେଇ ପ୍ରଶ୍ନ ପ୍ରଶ୍ନ ଉପରେ ପଚାରି ଥିଲେ I ଯାହା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇ ଥିଲା I ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ଜନପ୍ରତିନିଧି ତାଗିଦ କରି ଥିଲେ I ବହୁ ସମୟ ଧରି ନିର୍ବାଚିତ ଜନପ୍ରତିନିଧି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ କଥା କତାକଟି ହୋଇ ଥିଲା I ଏହି ଘଟଣାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଅଶାନ୍ତି ଦେଖା ଦେଇ ଥିଲା I ଯାହା ପାଇଁ ନିର୍ବାଚିତ ଜନପ୍ରତିନିଧି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଥିବା ବେଳେ ଅସ୍ୱାଭାବିକ ପରିସ୍ଥିତି ଉପୁଜି ଥିଲା l ଜନ ପ୍ରତିନିଧିଙ୍କ ପ୍ରଶ୍ନ ବାଣରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଣନିଶ୍ବାସୀ ହୋଇ ଥିଲେ I ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ହୋଇ ଥିବା ବ୍ୟବହାରକୁ ବିଭିନ୍ନ ମହଲରୁ ନିନ୍ଦା କରା ଯାଇଛି I