ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ କାଳବୈସାକ୍ଷୀର ତାଣ୍ଡବ ଦେଖିବାକୁ ମିଳିଛି I ଯାହାରି ଫଳରେ ବାଲିଗୁଡା ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଦାଣ୍ଡପଦର ୪ ନମ୍ବର ୱାର୍ଡର ଝୁମୁକି ନାୟକଙ୍କ ଘର କାଳବୈସାକ୍ଷୀ ଉଡେନେଇ ନେଇଥିବା ଦେଖିବାକୁ ମିଳିଛି I ଘରେ କେବଳ ମା ପୁଅ ଦୁଇଜଣ ରୁହନ୍ତି I ତାଙ୍କର ଆଉ କେହି ନାହାନ୍ତି I ଅତୀ ଗରିବ ପରିବାର ପୁଅ କୋୖଣସି କାମ ଧନ୍ଦା କରି ପାରନ୍ତି ନାହିଁ I
କାରଣ ଅନେକ ବର୍ଷ ତଳେ ଗାଡି ଏକ୍ସଇଡେଣ୍ଟରେ ଗୋଡ଼ ଭାଙ୍ଗିଯାଇଥିଲା I ଗୋଡ଼ରେ ରଡ଼ ଲାଗିଥିବାରୁ କିଛି କାମକରିପାରନ୍ତି ନାହିଁ I ମାଁ କୁଲି ମଜୁରୀ କରି ଆଣିଲେ ଦୁହେଁ ଖାଇବାକୁ ପାଆନ୍ତି I ଏଇ ଭଳି ଜୀବନ କାଟିବା ସମୟରେ ଦାଉ ସାଜିଲା କାଳ ବୋଇସାକ୍ଷୀ I ଏଣୁ ସରକାର ଏଇ ଗରିବ ପରିବାର ପ୍ରତି ତୁରନ୍ତ ପଦକ୍ଷେପ ନେଲେ ପରିବାର ଉପକୃତ ହେବେ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I