ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହେଲା ନବୋଦୟ ପ୍ରବେଶିକା ପରୀକ୍ଷା…..

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ରାଜ୍ୟରେ ଆଜି JNV ବିଦ୍ୟାଳୟ ପାଇଁ ପ୍ରବେଶି ପରୀକ୍ଷା ସରକାରଙ୍କ ଘୋଷଣା ପ୍ରକାରେ ଅନୁଷ୍ଠିତ ହେଇଛି I ଆଜି ବାଲିଗୁଡାରେ ମଧ୍ୟ ଅତି ସୁନ୍ଦର ସୁରକ୍ଷାର ସହିତରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି I କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକରେ ଦୁଇଟି ପରୀକ୍ଷା ସେଣ୍ଟର ହେଇଛି I ଏହି ବ୍ଲକରେ ନବୋଦୟ ପରୀକ୍ଷା ଆବେଦନ କରିଥିବା ପିଲାମାନେ ଅତି ସୁନ୍ଦର ଓ ପୋଲିସ ସୁରକ୍ଷା ସହିତରେ ପରୀକ୍ଷା ଦେଇଛନ୍ତି I ସୂଚନା ମୁତାବକ ପ୍ରଥମ ସେଣ୍ଟର ଅର୍ଥାତ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରେ ୯୫ ଜଣ ଆବେଦନ କରିଥିବା ଛାତ୍ର ଛାତ୍ରୀ ମଧ୍ୟରୁ ୧୧.ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ I ଆଉ ସେଣ୍ଟର ୨ ରେ ଅର୍ଥାତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୧୯ ଜଣ ଆବେଦନ କରିଥିଲେ I କିନ୍ତୁ ୨୧ ଜଣ ଅନୁପସ୍ଥିତ ଥିଲେ I ମୋଟାମୋଟୀ କହିବାକୁ ଗଲେ ୧୮୨ ଜଣ ନବୋଦୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ I ଆଉ ବାଲିଗୁଡାର ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଦୁଇଟି ପରୀକ୍ଷା ସେଣ୍ଟରକୁ ତନ ତନ କରି ପରିଦର୍ଶନ କରି ଥିବା ଦେଖିବାକୁ ମିଳିଛି I