ବର୍ଷ ବର୍ଷ ଧରି ଶୌଚାଳୟରେ ଝୁଲୁଛି ତାଲା, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାହା ପାଇଁ??

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଥାନା ସମ୍ମୁଖରେ ଥିବା ଶୌଚାଳୟ ଜନସାଧାରଣ ଙ୍କ କାର୍ଯ୍ୟରେ ଆସୁନଥିବା ଦେଖା ଦେଇଛି I ଯାହାପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଥାନା ,ସ୍କୁଲ, କଲେଜ ଓ ବିଭିନ୍ନ କର୍ଯାଳୟକୁ ଆସୁଥିବା ଜନସାଧାରଣ ବହୁ ହନ୍ତସନ୍ତ ହେଉଥିବା ମତପ୍ରକାଶ ପାଇଛି I ପ୍ରାପ୍ତ ସୂଚନା ଅନୁସାରେ ୨୦୦୬ ମସିହାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଏହି ସୌଚାଳୟ.ନିର୍ମାଣ କରାଯାଇଥିଲା I ଏହି ସୌଚାଳୟ ନିର୍ମାଣ ହେବାର ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏହାକୁ ଲୋକମାନଙ୍କର ସ୍ୱାର୍ଥରେ ବ୍ୟବହାର କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଦେଖାଦେଇଛି I ଯାହାପାଇଁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁମିଳୁଛି I ସୌଚାଳୟଟି ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହୃତ ହେଉ ଅବାଥିବା ଆଳ ଦେଖାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ମରାମତି କରାଯାଉଛି I ଯଦି ଏହି ସୌଚାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାହା ସ୍ୱାର୍ଥରେ? ଯଦି ସୌଚାଳୟ ଚାଲିଛି ତାହେଲେ ସୌଚାଳୟରୁ ଅଦାୟ ଟଙ୍କା କେଉଁ ପାଣ୍ଠିକୁ ଯାଉଛି? ଏହାକୁ ନେଇ ଆମ ପ୍ରତିନିଧି ପରିଷଦର ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ପ୍ରତିକ୍ରିୟା ଗ୍ରହଣ କରିଥିଲେ I ସୌଚାଳୟ କାର୍ଯ୍ୟକ୍ଷମ ନ ହେବା ଅତ୍ୟନ୍ତ ଚିନ୍ତାଜନକ ଯାଥା ଶୀଘ୍ର ମରାମତି କରାଯିବ ବୋଲି ପରିଷଦର ଅଧକ୍ଷା କହିଥିବା ବେଳେ କାର୍ଯ୍ୟନିର୍ବାହି ଅଧିକାରୀ ଫୋନ୍ ଉଠେଇନଥିବା ଯୋଗୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ତେଣୁ ଏହି ସୌଚାଳୟ ଯାଥା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବି ହେଉଛି I