ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି I ଏହି ସଭାରେ ପଞ୍ଚାୟତର ୧୩ ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପି,ଇ,ଓ,ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ ପଞ୍ଚାୟତ ସରପଞ୍ଚ ରଞ୍ଜୁଲତା ମଲ୍ଲିକଙ୍କ ଉପସ୍ଥିତି ଥିଲା I ପଞ୍ଚାୟତର ଓ୍ବାର୍ଡରେ ଥିବା ପାଣି, ବିଦ୍ୟାଳୟରେ ଶିକ୍ଷକ ଅଭାବ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟର ସମସ୍ୟା ଉପରେ ଆଲୋଚନା ସହ କିଭଳି ଏହାର ସମାଧାନ ଶିଘ୍ର ହୋଇପାରିବ ସେନେଇ ଖସଡା ପ୍ରସ୍ତୁତି କରାଯାଇଥିବା ବେଳେ ବିଭିନ୍ନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇ ଶିଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷା ପ୍ରତିଶୃତି ଦେଇଥିଲେ I