ଅନୁସନ୍ଧାନ ଭାରତ(ବ୍ୟୁର): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି I ବାଲିଗୁଡା ଠାରେ ପରୀକ୍ଷାର୍ଥୀଙ୍କ ନିମନ୍ତେ ମାଟ୍ରିକ ପରୀକ୍ଷା ୩ଟି କେନ୍ଦ୍ରରେ ହୋଇଥିଲା I କେନ୍ଦ୍ର ଗୁଡିକ ହେଲା ବାଲିଗୁଡାର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବଡ଼ଗାଁ I ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୮୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧ଜଣ ପରୀକ୍ଷା ଦେଇଥିଲେ I
ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରେ ୨୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ପରୀକ୍ଷା ଦେଇଥିଲେ I ବଡ଼ଗାଁ ସେଣ୍ଟରର ପରୀକ୍ଷା ଖବର ଆମର ହସ୍ତଗତ ହୋଇ ପାରିନାହିଁ I ଏହି ସେଣ୍ଟରମାନଙ୍କରେ ସରସ୍ବତୀ ଶିଶୁମନ୍ଦିର, ବନବାସୀ ସେବା ସମିତି ଏବଂ କୁଟିକିଆର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ I ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିବାର ଦେଖିବାକୁ ମିଳିଥିଲା I