ଗାଁ ପରିମଳ ଧୋବା ତୁଠରୁ, ଫେଲ ମାରିଛି ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥା…..

ଅନୁସନ୍ଧାନ ଭାରତ(ବ୍ୟୁର): “ଗାଁ ପରିମଳ ଧୋବା ତୁଠରୁ” ବୋଲି ଅତି ସୁନ୍ଦର ଉକ୍ତି କହି ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ବରିଷ୍ଠ ନାଗରିକ ଦିଲୀପ କୁମାର ପଣ୍ଡା I ଯଦି ହାର୍ଟ ଅଫ ସିଟିରେ ଏହିପରି ପରିମଳ ବ୍ୟବସ୍ଥା, ତାହା ହେଲେ ଅନ୍ୟ ୱାର୍ଡ ଗୁଡ଼ିକର ପରିମଳ ବ୍ୟବସ୍ଥା ଜଳଜଳ ହୋଇ ଦେଖା ଯାଉଛି ବୋଲି ମତପ୍ରକାଶ କରିଛନ୍ତି I
କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୭ନଂ ୱାର୍ଡ ଅର୍ଥାତ୍ ହାର୍ଟ ଅଫ ସିଟି କୁହାଯାଉଥିବା ଗାନ୍ଧୀଛକ ଠାରେ ପରିମଳ ବ୍ୟବସ୍ଥା ଫେଲ ମାରି ଥିବା ଘଟଣା ପଦାକୁ ଆସିଛି I ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗାନ୍ଧୀ ଛକ ଠାରେ ଥିବା ଡ୍ରେନକୁ ଠିକ୍ ଭବରେ ତଦାରଖ କରାଯାଉନଥିବା ବରିଷ୍ଟ ନାଗରିକ ଦିଲୀପ କୁମାର ପଣ୍ଡା ଅଭିଯୋଗ ଆଣିଛନ୍ତି I ଏହି ଘଟଣା ସମ୍ପର୍କରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୋଣସି ପ୍ରକାର ସୁଫଳ ମିଳୁନ ଥିବା ବରିଷ୍ଟ ନାଗରିକ ଜଣକ ମତପ୍ରକାଶ କରିଛନ୍ତି I ଏହି ଡ୍ରେନକୁ ପୋଷ୍ଟଅଫିସ ଛକ ଠାରୁ ଗାନ୍ଧୀ ଛକ, ଭେଟନାରୀ ଛକ ଦେଇ ବନ୍ଧ ଛକ ପାଖରେ ଥିବା ନଦୀରେ ସଂଯୋଗ କରାଯାଇଛି I ଏଇ କିଛି ମାସ ହେବ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟାୟରେ ଏହି ଡ୍ରେନର ପୁନଃ ନିର୍ମାଣ କରାଯାଇଥିଲା I ଡ୍ରେନ ନିର୍ମାଣ ହେଲା ହେଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଜନସାଧାରଣ ଙ୍କ ସ୍ୱାର୍ଥରେ ଲାଗିପାରିନଥିବ ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି I ଏହା ସହ ବର୍ତ୍ତମାନ ସୁଦ୍ଧା ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡ୍ରେନର ମଇଳା ସଫା କରା ଯାଉନ ଥିବା ସହ ଡ୍ରେନ ଉପରେ ପ୍ଲେଟ ମଧ୍ୟ ପଛାଯାଇନାହଁ I ଯାହାଫଳରେ ଗାଇଗୋରୁଙ୍କ ସମେତ ଲୋକମାନେ ମଧ୍ୟ ଡ୍ରେନରେ ପଡି ଆହତ ହେଉଥିବା ୱାର୍ଡ ବାସି କହିଛନ୍ତି I ଏଣୁ ପ୍ରଶାସନ ଦୃଷ୍ଟିଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି I ଏନେଇ ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରତିକ୍ରିୟା ମିଳି ପାରି ନାହିଁ I