ଓଲଟିଲା ଗଞ୍ଜେଇ ଭର୍ତ୍ତି କାର, ଚାଳକ ଫେରାର….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ଘ ୨.୩୦ମି. ରେ ଘୁ.ଉଦୟଗିରି ଠାରୁ କଳିଙ୍ଗା ଯିବା ରାସ୍ତାର ରାଇପଦା ଛକ ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ଏକ ଗଞ୍ଜେଇ ଭର୍ତ୍ତି କାର ନମ୍ବର (ଓଆର-୦୨ ଏଆର ୩୬୦୫) ଓଲଟି ପଡ଼ିଥିବା ସୂଚନା ମିଳିଛି I ଉକ୍ତ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି I କାରଟି ଓଲଟି ଯିବା ଫଳରେ ଚାଳକ ସେଠାରୁ ଚମ୍ପଟ ମାରି ଫେରାର ହୋଇଯାଇଛନ୍ତି I ପୁଲିସକୁ ଖବର ଦେଇ ଗ୍ରାମବାସୀ ଉକ୍ତ ଗାଡ଼ିଟିକୁ ଜଗି ରହିଥିବା ସୂଚନା ମିଳିଛି I ଦିବାଲୋକରେ ଗଞ୍ଜେଇ ବେପାରୀଙ୍କ ଗଞ୍ଜେଇ ଚାଲାଣ ପୁଲିସକୁ ଖୋଲା ଖୋଲି ଚାଲେଞ୍ଜ କହିଲେ ଅତ୍ୟୁକ୍ତି ହେବନି I ସ୍ଥାନୀୟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗଂଜେଇ ମାଫିଆ ଚୋରା ଗଂଜେଇ ଚାଲାଣ କରି ମାଲାମାଲ ହେଉଛନ୍ତି ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି I କାରରେ କେତେ ପରିମାଣରେ ଗଞ୍ଜେଇ ଚୋର ଚାଲାଣ ହେଉ ଥିଲା ସୂଚନା ମିଳି ନାହିଁ I