ଦାରିଙ୍ଗବାଡ଼ି ଚାରିଛକରେ ଯାତ୍ରି ବିଶ୍ରାମାଗାର ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଆଞ୍ଚଳିକ ମହିଳା ମହାସଂଘ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଚାରିଛକ ଠାରେ ଯାତ୍ରି ବିଶ୍ରାମ ଗାର ନିର୍ମାଣ ନିମନ୍ତେ ସ୍ଥାନୀୟ ଆଞ୍ଚଳିକ ମହିଳା ମହାସଂଘ ଦାବି କରିଛନ୍ତି I ଦାରିଙ୍ଗବାଡି ଓଡିଶାର କାଶ୍ମିର କୁହାଯାଉଥିବା ବେଳେ ପ୍ରତି ବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ବ୍ଳକର ମୂଖ୍ୟ କାର୍ଯ୍ୟାଳୟ ହୋଇଥିବାରୁ ୨୫ଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ବିଭିନ୍ନ କାର୍ଯ୍ୟ ନେଇ ଏଠାକୁ ଆସିଥାନ୍ତି I ହେଲେ ଚାରିଛକ ଠାରେ ଆଜି ପର୍ଯ୍ୟନ୍ତ ଯାତ୍ରି ବିଶ୍ରାମ ଗାର  ଓ ପରିଶ୍ରା ଗାର ନାହିଁ I ଯାହାରି ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି I ବିଶେଷ କରି ମହିଳା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ପରିସ୍ରାଗାରର ନିତାନ୍ତ ଆବଶ୍ୟକତା ରହିଛି I ହେଲେ କାହିଁକି କେଜାଣି ପ୍ରଶାସନ ଏହି ସମସ୍ୟାକୁ ହୃଦ ବୋଧ କରିପାରିନାହାନ୍ତି ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି I ବିଶ୍ରାମାଗାର ନିର୍ମାଣ ନିମନ୍ତେ ୩ ବର୍ଷ ପୁର୍ବରୁ ଟଙ୍କା ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ I ଅନୁଦାନ ଟଙ୍କା ସେମିତି ପଡି ରହିଛି I ଯାତ୍ରି ବିଶ୍ରାମ ଗାର ନିର୍ମାଣ ହେବାକୁ ଥିବା ଜମିରେ ବିବାଦ ଲାଗି ରହିଥିବାରୁ କାର୍ଯ୍ୟ ହୋଇ ପାରୁନଥିବା ଚର୍ଚ୍ଚା ହେଉଛି ଅଞ୍ଚଳ ବାସୀ କହିଛନ୍ତି I ଦୈନନ୍ଦିନ ଲୋକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଶ୍ରାମାଗାରା ଓ ଶୌଚାଳୟ ନିହାତି ଆବଶ୍ୟକ ହୋଇ ପଡିଛି I ଏହାକୁ ଆଖି ଆଗରେ ରଖି ଆଜି ଆଞ୍ଚଳିକ ମହିଳା ମହାସଂଘ ଚାରିଛକ ଠାରୁ ତହସିଲଦାର ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ଦାରିଙ୍ଗବାଡି ତହସିଲଦାର ଚାର୍ଲେସ ନାୟକଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଯଥା ଶିଘ୍ର ଯାତ୍ରି ବିଶ୍ରାମ ଗାର ଓ ଶୌଚାଳୟ ନିର୍ମାଣ କରାନ ଗଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ନାରିନେତ୍ରୀ ରିତାରାଣି ମଲିକ ଚେତାବନୀ ଦେଇ ଛନ୍ତି I ମହିଳା ସଂଘର ଦାବିପତ୍ର ପାଇବା ପରେ ଆଗାମୀ ୧୧ ତାରିଖ ଦିନ ତହସିଲଦାର ଶ୍ରୀ ଚାର୍ଲେସ ନାୟକ ଆଞ୍ଚଳିକ ମହିଳା ମହାସଂଘ ସହ ଆଲୋଚନା କରି ସମସ୍ୟାର ସମାଧାନର ରାସ୍ତା ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I