ତେଲ କଡେଇରେ ପଡ଼ି ୪ବର୍ଷର ଶିଶୁ ଯନ୍ତ୍ରଣାରେ ଛଟପଟ, ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ନିବେଦନ କଲେ ମହିଳା ସଂଘ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବକ୍ଳ ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କସବସା ଗ୍ରାମର ଫୁଲ ନାୟକଙ୍କ ୪ ବର୍ଷର ନାତି (ଆମିସ ) ତେଲ କଡେଇରେ ପଡି ଗୁରୁତର ଅବସ୍ଥାରେ ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡ଼ିଛି । ଅର୍ଥର ଅଭାବ ହେତୁ ଡାକ୍ତର ଖାନା ନ ନେଇ ପରିବାର ଲୋକେ ଚେର ମୁଳି ଦେଇ ଭଲ କରିବାକୁ ଚେଷ୍ଟା କରୁ ଥିବା ଦେଖା ଦେଇଛି I ହେଲେ ପୋଡା ଘା ଶୁଖିବା ପରିବର୍ତ୍ତେ ପଚି ଯାଇଛି I ଶେଷରେ ପରିବାର ଲୋକେ କସବସା ଗ୍ରାମର ମହିଳା ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ I ମହିଳା ସଂଘର ସଦସ୍ୟମାନେ ଘରଘର ବୁଲି ସହାୟତା ମାଗି ଆମିସକୁ ଭଲ କରିବାକୁ ମୋହାନାର ଏକ ଘୋରଇ କିଳ୍ନିକୁ ନେଇ ଚିକିତ୍ସା କରୁଛନ୍ତି I ପ୍ରତି ଦୁଇ ଦିନର ଥରେ ପିଲାଟିର ଗୋଡ ଡ୍ରେସିଂ କରାଯାଉଥିବାରୁ ସ୍ଵତନ୍ତ୍ର ଅଟୋ ଯୋଗେ ମହିଳା ସଂଘର ସଦସ୍ୟମାନେ ଆମିସକୁ ମୋହନା କିନ୍ଳିକ ନେବା ଆଣିବା କରୁଛନ୍ତି I ଅର୍ଥର ଅଭାବ ଯୋଗୁଁ ନିଜସ୍ୱ ଖର୍ଚ୍ଚରେ ଘୋରଇ ଚିକିତ୍ସା ସମ୍ଭବ ହୋଇ ପାରୁନାହିଁ ଏଣୁ ସରକାରୀ ଚିକିତ୍ସା ଯୋଗାଇ ଦେଲେ ୪ ବର୍ଷର ଶିଶୁ ଶିଘ୍ର ଭଲ ହୋଇ ପାରନ୍ତା ବୋଲି ମହିଳା ସଂଘର ସଦସ୍ୟମାନେ କହିଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ଆମିସ ଜନ୍ମ ହେବା ପରେ ତା ବାପା ଆମସ ନାୟକ ଘର ଛାଡି କେଉଁ ଆଡେ ଚାଲିଯାଇଛି ତାର କୌଣସି ଖୋଜ ଖବର ମିଳୁନଥିବା ବେଳେ ତା ମାଁ ଏକ ବର୍ଷର ଶିଶକୁ ଛାଡି ଅନ୍ୟତ୍ର ବିବାହ କରି ଚାଲିଯାଇଛି I ଆମିସ ବର୍ତ୍ତମାନ ୪ ବର୍ଷ ହେଲାଣି ଜେଜେମାଁଙ୍କ ଯତ୍ନରେ ରହୁଛନ୍ତି I ପିଲାଟାକୁ ଖୁସିର ରଖିବା ପାଇଁ ଜେଜେ ମାଁ ସବୁବେଳେ ପ୍ରୟାସ ଜାରି ରଖିଥିବା ବେଳେ ଗତ ମାର୍ଚ୍ଚ ୧୬ ତାରିଖ ଦିନ ଆମିସର ଜେଜେ ମାଁ ପିଠା କରିବା ପାଇଁ ତେଲ ଗରମ କରିଥିଲେ I ଏହି ସମୟରେ ଆମିସ ଜେଜେ ମାଁ ପାଖକୁ ଦୌଡି ଆସିବା ସମୟରେ ଦୁର୍ଭାଗ୍ୟ ବସତଃ ତେଲ କଡେଇରେ ପଡି ଯାଇ ଗରମ ତେଲ ପଡି ତାଙ୍କ ଗୋଡ ପୋଡ଼ିଯାଇଛି I ଏଣୁ ଜିଲ୍ଲା ପ୍ରଶାସନ ଏହି ଅସହାୟ ଶିଶୁର ଚିକିତ୍ସା ପାଇଁ ସହାୟତା ପ୍ରଦାନ କଲେ ପିଲାର ଜୀବନ ବଞ୍ଚିଯିବି ବୋଲି ମହିଳା ସଂଘ କହିଛନ୍ତି I