ସମସ୍ୟାର ସମାଧାନ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଲେ ଅନ୍ଵେସା ଛାତ୍ରଛାତ୍ରୀ ସଂଘର ସଭାପତି ନରେଶ ନାୟକ…..
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷା ପଦ୍ଧତିର ଉନ୍ନତି କରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି I ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ବର୍ଷକୁ ମୁଣ୍ଡ ପିଛା ୩୦୦୦୦ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର I ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୫ ସର୍ଗିଫୁଲ କାର୍ଯ୍ୟକ୍ରମରେ ଉଦଘାଟନ କରିବା ସହ ଘୋଷଣା ମଧ୍ୟ କରିଥିଲେ I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୧୭ଟି ଜିଲ୍ଲାରୁ ୫୦୦୦୦ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି I କିନ୍ତୁ ଦୁଃଖର ବିଷୟ ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ଛାତ୍ରଛାତ୍ରୀ ଏହି ଯୋଜନାରୁ ବଞ୍ଚିତ ହେବାକୁ ଅଭିଭାବକ ମହଲରେ ମତପ୍ରକାଶ ପାଇଛି I ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି I
ସୂଚନା ଅନୁସାରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀର କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ ବ୍ଲକର ଅନେକ ଗ୍ରାମ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ I ଅତି ପରିତାପର ବିଷୟ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ ସଦର ମହକୁମାରେ ଇଂରାଜୀ ଶିକ୍ଷା କରଣ ବ୍ୟବସ୍ଥା ନାହିଁ I ଯାହା ପାଇଁ ବାଲିଗୁଡ଼ା ସଦର ମହକୁମାରେ ଥିବା ୨ଟି ସ୍କୁଲ ତଥା ସେଣ୍ଟ ଜୋନ୍ ଇଂରାଜୀ ବିଦ୍ୟାଳୟ ଓ ପାଟଖଣ୍ଡା ପବ୍ଲିକ ସ୍କୁଲରେ ୭୨ ଜଣ ଛାତ୍ରଛାତ୍ରୀ ଡେ ସ୍କୋଲାରରେ ଅଧ୍ୟୟନ କରିଥିଲେ I ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଡେ ସ୍କୋଲାର ଉଠିଯାଇ ଆବାସିକ ବିଦ୍ୟାଳୟରେ ରହି ଏହି ଶିକ୍ଷା ପଦ୍ଧତି ଗ୍ରହଣ କରିବା ନେଇ ନିୟମ ଜାରି ହୋଇଛି I ଯାହା ପାଇଁ ଏବେ ବାଲିଗୁଡ଼ାରେ ଅନ୍ଵେସା ଯୋଜନାରେ ପଢୁଥିବା ୭୨ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତାରିତ୍ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ କଡ଼ା ନିର୍ଦ୍ଦେଶନାମା ସ୍କୁଲ ଗୁଡିକକୁ ଜାରି କରିଛନ୍ତି I ଯାହାକୁ ନେଇ ଚିନ୍ତାରେ ଅଭିଭାବକ I ଯଦି ଜିଲ୍ଲାର ଫୁଲବାଣୀ, ଟିକାବାଲି, ଘୁ. ଉଦୟଗିରୀ ଠାରେ ଅନ୍ଵେସା ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ନିର୍ମାଣ କରାଯାଇପାରିଲା I ତାହାହେଲେ ବାଲିଗୁଡ଼ା ଗୋଟିଏ ବଡ଼ ଉପଖଣ୍ଡ ହୋଇଥିଲେ ମଧ୍ୟ କାହିଁକି ଛାତ୍ରାବାସ ନିର୍ମାଣ କରାଯାଇ ପାରିଲା ନାହିଁ ବୋଲି ପ୍ରଶ୍ନ ଉଠେଇଛନ୍ତି ଅଭିଭାବକ I ଯଦି ସରକାର ତିନୋଟି ବିଧାନ ସଭା ମଣ୍ଡଳୀର ସଦର ମହକୁମା ଠାରେ ହଷ୍ଟେଲ ନିର୍ମାଣ କରିଥିଲେ ତିନି ବିଧାନ ସଭା ମଣ୍ଡଳୀର ଛାତ୍ରଛାତ୍ରୀ ଉପକୃତ ହୋଇଥାନ୍ତେ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି I ଅନ୍ୟ ପକ୍ଷରେ ଫୁଲବାଣୀ ଠାରୁ ୪୦ କିଲୋମିଟର ବ୍ୟବଧାନରେ ହଷ୍ଟେଲ ନିର୍ମାଣ କରାଯାଇ ପାରିଲା ଏନେଇ ବୁଦ୍ଧି ଯିବି ମହଲରେ ସମାଲୋଚନା ସୃଷ୍ଟି ହେଉଛି I ତେଣୁ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲକୁ ନଛାଡ଼ି ଡେ ସ୍କୋଲାରରେ ଭାବରେ ପଢ଼ାଇବା ଅଭିଭାବକ ମନସ୍ତ କରି ଥିବା ମତପ୍ରକାଶ କରିଛନ୍ତି I ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ୮୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କଣ ପଦକ୍ଷେପ ନେଉଛନ୍ତି I ଆଗକୁ ଏହାର ସମାଧାନ କରାନଗଲେ ରାଜ ରାସ୍ତା ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଅନ୍ଵେସା ଛାତ୍ରଛାତ୍ରୀ ସଂଘର ସଭାପତି ନରେଶ ନାୟକ I