ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉତ୍କଳ ହସ୍ପିଟାଲ୍ ଆ୍ କମ୍ପ୍ରେନ୍‌ସିଭ୍ କ୍ୟାନ୍‌ସର୍ ସେଂଟର, ଭୁବନେଶ୍ୱର ଉଦଘାଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଆଜି ଉତ୍କଳ ହସ୍ପିଟାଲ୍ ଆ୍ କମ୍ପ୍ରେନ୍‌ସିଭ୍ କ୍ୟାନସର ସେଂଟର, ଭୁବନେଶ୍ୱରକୁ ଉଦଘାଟନ କରିଛନ୍ତି I ଏହି ଅବସରରେ ଉତ୍କଳ ହସ୍ପିଟାଲହ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏ କେ ସାମଲ, ପରିଚାଳନା ନିର୍ଦେଶକ, ଶ୍ରୀଯୁକ୍ତ ପ୍ରଜ୍ଞାନ ଘଡ଼େଇ ଓ ସିଓଓ, ଡକ୍ଟର ଆଲୋକ ଲୋଧ, ଡ଼ାଇରେକ୍ଟର ମେଡ଼ିକାଲ ସର୍ଭିସେସ୍‌, ଏବଂ ଡ଼ାଇରେକ୍ଟର ଅନକୋଲୋଜି, ଡ଼ା ରଂଜନ କୁମାର ମହାପାତ୍ରଙ୍କ ସହିତ ହସ୍ପିଟାଲର ବୋର୍ଡ଼ ଅଫ ଡ଼ାଇରେକ୍ଟରମାନେ ଉପସ୍ଥିତ ଥିଲେ I ହସ୍ପିଟାଲ୍‌ର ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍‌ସର୍ ଡକ୍ଟର ରଂଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହେବ ଓ ସେ ମେଡିକାଲ୍ ସେବାର ନିର୍ଦେଶକ ଓ କ୍ୟାନ୍‌ସର ୟୁନିଟ୍‌ର ଏଚ୍‌ଓଡିଭାବେ କାମ କରିବେ I ଏହି ଅବସରରେ ଉତ୍କଳ ହସ୍ପିଟାଲ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଦିତ୍ୟ.କେ. ସାମଲ କହିଛନ୍ତିଯେ, ଉତ୍କଳ ହସ୍ପିଟାଲ୍ ପାଇଁ ଆଜି ହେଉଛି ଏକ ସ୍ୱତନ୍ତ୍ର ଦିନ I ଆମେ ବହୁତ ଖୁସି ଅଛୁ ଏବଂ ଏହା ହେଉଛି ବାସ୍ତବରେ ଡାକ୍ତରମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏକ ହସ୍ପିଟାଲ୍ ଯେଉଁମାନେ ଏହାକୁ ବ୍ୟକ୍ତିଗତ ସ୍ପର୍ଶ ଦେଇ ଗଢ଼ିତୋଳିଛନ୍ତି I ଏହା ହେଉଛି ଦେଶର ପ୍ରଥମ ହସ୍ପିଟାଲ୍ ଯାହା ରାଜ୍ୟର ବିଏସ୍‌କେୱାଇ ଯୋଜନାକୁ ଏମ୍‌ପ୍ୟାନେଲ୍ କରିଥିଲା I ଏକ ସ୍ୱତନ୍ତ୍ର ମହଲା ରହିଛି ଯେଉଁଥିରେ ରୋଗୀମାନଙ୍କ ରହଣୀ ପାଇଁ ମଧ୍ୟ ସୁବିଧା ରହିଛି I
ଉଦଘାଟନୀ ଅବସରରେ ମତ ଉପସ୍ଥାପନକରି ଉତ୍କଳ ହସ୍ପିଟାଲ୍‌ର ଏମ୍‌ଡି ଶ୍ରୀଯୁକ୍ତ ପ୍ରଜ୍ଞାନ ଘଡ଼େଇ କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବାଲାଗି ଆମେ ଏକ ଆମେରିକା ଷ୍ଟାଇଲର ହସ୍ପିଟାଲ୍ ନିର୍ମାଣ କରିବାକୁ ଯୋଜନା ରଖିଥିଲୁ I ୨୦୧୦ରେ ଓଡ଼ିଶା ସରକାର ଆମକୁ ଜମି ଦେଇଥିଲେ I ସେଥିରେ ଆମେ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ସ୍ଥାପନ କରିଛୁ ଯାହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଯାଇଛି I ଏହି ହସ୍ପିଟାଲ୍‌ରେ ସମୃଦ୍ଧ ଓ ଉନ୍ନତ ମାନର ମେସିନ ଓ ଉପକରଣ ରହିଛି । ଉତ୍କଳ ହସ୍ପିଟାଲ୍ ହେଉଛି ବିଏସ୍‌କେୱାଇ ଅଧୀନରେ ସେବା ପ୍ରଦାନ କରୁଥିବା ସର୍ବବୃହତ ହସ୍ପିଟାଲ୍ ଏବଂ ସରକାରୀ କଲ୍ୟାଣମୂଳକ ସ୍କିମ୍‌ର ଲାଭକୁ ଏଠାରେ ବ୍ୟାପକଭାବେ ପ୍ରଦାନ କରାଯାଉଛି I ଓଡ଼ିଶାର ସାଧାରଣ ଲୋକମାନେ ଏବେ ଓଡ଼ିଶାରେ ଉନ୍ନତ ପ୍ରଯୁକ୍ତିବିଶିଷ୍ଟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବେ ଯାହା ପୂର୍ବରୁ ସେମାନଙ୍କ ପାଇଁ ରାଜ୍ୟ ଭିତରେ ଅପହଂଚ ରହିଥିଲା I ଉତ୍କଳ ହସ୍ପିଟାଲ୍ ଭୁବନେଶ୍ୱର ହେଉଛି ଅନ୍ୟତମ ଅଗ୍ରଣୀ ମଲ୍‌ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଯାହା ପ୍ରଥମେ ଭୁବନେଶ୍ୱରକୁ ପିଇଟିସିଟି ସେବା ଆଣିଥିଲା I ଏହା ପୂର୍ବ ଭାରତର ସବୁଠୁ ବ୍ୟାପକ କ୍ୟାନସର କେୟାର ସେଂଟରରେ ପରିଣତ ହୋଇଛି ଯେଉଁଥିରେ ଏଲଆଇଏନଏସିରେଡିଏସନ ୟୁନିଟ୍ ରହିଛି I ଏଠାରେ ୭୦୦ କର୍ମଚାରୀ ଓ ୧୦୦ ଡାକ୍ତରଙ୍କ ଏକ ଟିମ୍ ରହିଛି I ଏହି ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ଅଙ୍କୋଲୋଜି, ଅର୍ଥୋପେଡିକ୍‌, କାର୍ଡିଓଲୋଜି, ସ୍ତ୍ରୀ ଓ ପ୍ରସୂତିବିଭାଗ, ଇଟଂରନାଲ୍ ମେଡିସିନ୍‌, ସର୍ଜରି ପାଇଁ ଶ୍ରେଷ୍ଠ ଡାକ୍ତରଙ୍କ ଟିମ୍ ରହିଛନ୍ତି I ହାଇଏ୍‌ଭାସ୍କୁଲାର ସର୍ଜନ ଓ ଇଟଂରଭେନ୍‌ସନାଲ ରେଡିଓଲୋଜି ପାଇଁ ମଧ୍ୟ ସୁବିଧା ରହିଛି I ହସ୍ପିଟାଲ୍‌ରେ ଷ୍ଟେଟ୍ ଅଫ୍ ଆର୍ଟ ଲାମିନାରଓଟି ରହିଛି I ଆଗାମୀ ଦିନରେ ଏହାକୁ ୪୫୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍‌ଭାବେ ଗଢ଼ିତୋଳିବାର ଯୋଜନା ରହିଛି I ଏହି ହସ୍ପିଟାଲ୍‌କୁ ଆକାର ପ୍ରଦାନ କରିବାରେ ଓଡ଼ିଶାର ପୁତ୍ର ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡକ୍ଟର ଆଦିତ୍ୟ.କେ. ସାମଲଙ୍କ ଗୁରୁତ୍ୱର୍ପୂ ଯୋଗଦାନ ରହିଛି I ସେଡାକ୍ତର ମାନଙ୍କୁ ଏକତ୍ରୀତ କରିଥିଲେ ଏବଂ ଏହି ହସ୍ପିଟାଲ୍‌କୁ ବିକାଶ କରିବାରେ ନିବେଶ କରିବାଲାଗି ସେମାନଙ୍କୁ ଉାହିତ କରିଥିଲେ I ହସ୍ପିଟାଲ୍‌ର ଅଙ୍କୋଲୋଜି ବିଭାଗ ବିକାଶ କରିବାରେ ବିଶିଷ୍ଟ ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡକ୍ଟର ବି.କେ.ଦାସଙ୍କ ଗୁରୁତ୍ୱର୍ପୂ ଯୋଗଦାନ ରହିଛି I