ନୂତନ ପଞ୍ଚାୟତ ଗଠନ ସହ ମୌଳିକ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାର ଚେତାବନୀ ଦେଲେ ସାଇନପଡ଼ା ପଞ୍ଚାୟତର ଛଅ ୱାର୍ଡବାସୀ…..
ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ I ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ନ ହେଲେ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀ I ଗ୍ରାମବାସୀଙ୍କ କହିବା ଅନୁସାରେ ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତରେ ଥିଲେ I ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀଙ୍କୁ ନ ଜଣାଇ ସାଇନପଡ଼ା ଗ୍ରାମପଞ୍ଚାୟତରେ ମିଶାଇ ଦିଆଗଲା I 

ଏନେଇ ଗ୍ରାମବାସୀ କ.ନୂଆଗାଁ ବିଡ଼ିଓ, ଉପ-ଜ଼ିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ I ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି I ଗାଁ ରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକ ମନରେ ଅସନ୍ତୋଷ ପ୍ରକାଶ ପାଇଛି I ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ଜ଼ିଲ୍ଲାପାଳ ସ୍ଥାନୀୟ ବିଧାୟକ ଙ୍କୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରୀ ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ I ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ, ତିଳକପଡା, ଗାନିପଡା, ଟେଟ୍ରେଗାଁରେ ପାଞ୍ଚହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି I କୁଡୁତୁଲୀ ଓ ସାଇନପଡା ପଞ୍ଚାୟତକୁ ରାସନ ଚାଉଳ ଓ ବିଧବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି I ତେଣୁ ଛଅ ୱାର୍ଡବାସୀଙ୍କ ଦାବୀ ଯେ ସେମାନଙ୍କୁ ପୂର୍ବଭଳି କୁଡୁତୁଲୀ ୱାର୍ଡ଼ରେ ସାମିଲ କରାଯାଉ କିମ୍ବା ନନ୍ଦମାହାରେ ଛଅ ୱାର୍ଡ଼କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି କମଳ ଲୋଚନ କହଁର, ରୁକ୍ମଣୀ କହଁର, ସିମାଞ୍ଚଳ କହଁର ସମେତ ସମସ୍ତ ଗ୍ରାମବାସୀ I