ଟିଆଙ୍ଗିଆ ଠାରେ ଜୋନ୍-୫ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର ସଭା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କତିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟିଆଙ୍ଗିଆର ପିଡ଼ିସୁବାଲି ଠାରେ ଜିଲ୍ଲା ପରିଷଦ ଜୋନ-୫ ପ୍ରାର୍ଥୀନୀ ହୀରାବତୀ ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର ସଭା ଅନୁଷ୍ଠିତ ହୋଇଛି I ଏହି ପ୍ରଚାର ସଭାରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ଘୁ.ଉଦୟଗିରି ବ୍ଲକ କିଂଗ୍ରେସ ସଭାପତି ସଦାନନ୍ଦ ନାୟକ, କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, କନ୍ଧମାଳ ଜିଲ୍ଲା ରାଜୀବଗାନ୍ଧୀ ପଂଚାୟତରାଜ ସଂଗଠନର ସଭାପତି ପ୍ରତାପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଜାକେଶ ପ୍ରଧାନ, ଘୁ. ଉଦୟଗିରି ଏନଏସି ସଭାପତି ଏନ ରାଜା ରାଓ, ଘୁ.ଉଦୟଗିରିର ବ୍ଳକ କଂଗ୍ରେସ ପୂର୍ବତ୍ତନ ସଭାପତି ଟାର୍ଜନ ସାହୁ, ବରିଷ୍ଠ କଂଗ୍ରେସ ନେତା ଥାମାସ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ନାୟକ, ଜିଲ୍ଲା ପରିଷଦ ପ୍ରାର୍ଥୀ ହୀରାବତୀ ପ୍ରଧାନ, ପ୍ରଚାର କମିଟିର ସଦସ୍ୟା ମଧୁଲିନା ଦିଗାଲଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ I ଏହି ସଭାକୁ କତିଙ୍ଗିଆ ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ସୁଧୀର ଦିଗାଲ ପରିଚାଳନା କରିଥିଲେ I ପ୍ରଚାର ସଭାରରେ ଉପସ୍ଥିତ ଥିବା କଂଗ୍ରେସ ନେତାମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କରି ଥିଲେ I ଯଦି କଂଗ୍ରେସ ଜିଲ୍ଲା ପରିଷଦ ଗଠନ କରେ ତାହା ହେଲେ ଘୁ.ଉଦୟଗିରି ଅଞ୍ଚଳରେ ଥିବା ମୌଳିକ ସମସ୍ୟା ଦୁର କରିବା ପାଇଁ ଉଦ୍ୟମ କରାଯିବ ବୋଲି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ହୀରାବତୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି I ଏହା ସହ ସିପାଏଜୁ, କୀଲାପାଙ୍ଗା, ନନ୍ଦଗିରି, ଧଙ୍ଗାଡ଼ାମା ଇତ୍ୟାଦି ଅଞ୍ଚଳରେ ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀନୀ ହୀରାବତୀ ପ୍ରଧାନଙ୍କୁ ବିଫୁଳ ସଂଖ୍ୟରେ ଭୋଟ ଦେଇ ନିର୍ବାଚିତ କରିବା ପାଇଁ କଂଗ୍ରେସ ନେତାମାନେ ଅନୁରୋଧ କରିଥିଲେ I