ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ପ୍ରାୟ ୭ ଘଣ୍ଟିକା ସମୟରେ ଏକ ମାରୁତି ସ୍ବିଫ୍ଟ ଡିଜାଇର କାର (ନମ୍ବର OD 05N 0154) କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଇପଦା ଠାରେ ଏକ ଗଛକୁ ଧକା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଅଛି l ଉକ୍ତ କାର ଟି ବାଲିଗୁଡ଼ା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ର ସୂଚନା ମିଳିଅଛି l

ସୂଚନା ପ୍ରକାରେ ଭୁବନେଶ୍ୱର ମଞ୍ଚେଶ୍ୱର ନିବାସୀ ରାମଚନ୍ଦ୍ର ପାତ୍ର ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଆମ୍ବ ଗଛକୁ ଧକା ଦେଇ ଥିବା ରୁ ଘଟଣା ସ୍ଥଳରେ ପ୍ରଭାତ ପାଢ଼ୀ ଙ୍କ ମୃତ୍ୟୁ ଘଟିଥିଲା I ଏହା ସହ ପଛରେ ବସିଥିବା ନିର ବାହାଦୁ୍ର ଗୁରୁତ୍ୱର ଆହତ ହୋଇଥିବା ସୂଚନା l ଖବର ପାଇ ଘୁ.ଉଦୟଗିରି ଦମକଳ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ୱର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଉଅଛି l ଘୁ. ଉଦୟଗିରି ଅଗ୍ନିଶମ ବାହିନୀ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ l ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି l