ବାଟୋଇକୁ ଧକ୍କା ଦେଲା ବୁଲେଟ, ଚାଳକ ଏବଂ ବାଟୋଇ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ନନ୍ଦଗିରି ଠାରେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣା I କଳିଙ୍ଗା ଠାରୁ ଘୁ.ଉଦୟଗିରି ଅଭିମୁଖେ କିରାବାଡ଼ି ଗ୍ରାମର ବାନାମ୍ବର ପ୍ରଧାନ ଓଡି-୧୨ସି/୮୦୮୦ ଯୋଗେ ଆସୁଥିଲେ I ଏହି ସମୟରେ ନନ୍ଦଗିରି ଗ୍ରାମର ବାଦଲ ଡିଗାଲ ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଘରକୁ ଫେରୁଥିଲେ I ଏହି ସମୟରେ ହଠାତ ପଛପଟୁ ଉକ୍ତ ବୁଲେଟ ଭାରସାମ୍ୟ ହରାଇ ବାଦଲକୁ ଧକା ଦେଇ ଥିଲା I ଫଳରେ ଉଭୟ ଆରୋହୀ ଓ ଚାଳକ ସେଠାରେ ହିଁ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ I ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ଚିକିତ୍ସା ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା I ବୁଲେଟ ଆରୋହୀ ଗୁରୁତ୍ୱର ଆହତ ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତ କରାଯାଉଥିବା ସୂଚନା I