ଜିଲ୍ଲା ସ୍ତରୀୟ ବୀଣାକର ଓ ଗୀତିନାଟ୍ୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘ ତରଫରୁ ଲୋକ ନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମୃତି ମହୋତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଲୋକ କଳା ବୀଣାକାର ଓ ଗୀତିନାଟ୍ୟ ପ୍ରତିଯୋଗିତା ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂଘ ଉପସଭାପତି ପ୍ରମୋଦ ଦଣ୍ଡସେନାଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକ କଳା ଓ ସଂସ୍କୃତିକୁ ବଂଚେଇ ରଖିବା କ୍ଷେତ୍ରରେ ଏଭଳି ଉଦ୍ୟମ ଅତ୍ୟନ୍ତ ଫଳପ୍ରଦ ହେତୁ ପ୍ରତ୍ୟେକ ଜିଲ୍ଲାରେ ଏଭଳି ଉଦ୍ୟମ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ସେହିଭଳି ସମ୍ମାନୀତ ଅତିଥି ଭାବେ ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା ଏବଂ ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ ଅନୁରୂପ ମନ୍ତବ୍ୟ ଦେବାସହ ସମଗ୍ର ଓଡ଼ିଶାର ସବୁ ବର୍ଗର କଳାକାରମାନେ ଏକତ୍ରିତ ହେବା ନିମନ୍ତେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ I ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ଲହରିଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କ୍ରମରେ ଚଳିତ ବର୍ଷ ଡିସେମ୍ବର 15 ଠାରୁ 17 ଯାଏଁ ତ୍ରିଦିବସିୟ ସ୍ମାରକୀ ଲୋକ କଳା ଉତ୍ସବ ଓ ପ୍ରତିଯୋଗିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରି ଥିବା ବେଳେ ସନ୍ତୋଷ କୁମାର ପୂଜାରୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ I ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I