ବାଲିଗୁଡା ଥାନାରେ ସମ୍ବିଧାନ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଥାନାର ଥାନାଧିକାରୀ ବାବା ଶଙ୍କର ସରାଫ ଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୬ ତାରିଖରେ ବାଲିଗୁଡା ଥାନାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଏଥିରେ ଥାନାଧିକାରୀଙ୍କ ସମେତ ସବ୍‌ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ ପ୍ରଧାନ, ଏଏସ୍‌ଆଇ ବିଦେଶୀ ପ୍ରଧାନ, କୁଳମଣି ରାଉତ, ଭରତ ମାଝୀ, ଉମାଶଙ୍କର ନିଆଲଙ୍କ ସମେତ ଅନ୍ୟ ପୁଲିସ୍‌ କର୍ମଚାରୀ ସାମିଲ୍‌ ହୋଇ ସମ୍ବିଧାନର ନିୟମ ଅନୁଯାୟୀ ସମସ୍ତେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ଓ ନିରପେକ୍ଷ ତଦନ୍ତ କରି ଅଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସଂକଳ୍ପ ନେଇଥିଲେ I