ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜି. ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ତରଫରୁ ଏକ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି I ଏହି ସଭାଯାତ୍ରା ଘୁ.ଉଦୟଗିରି ନୂଆ ହାଟପଦା ଠାରୁ ଚକରା ବିଷୋୟୀ ଛକ ଓ ଗାନ୍ଧୀ ଛକ ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା I
ପ୍ରଥମେ ବୀର ଚକରା ବିଷୋୟୀ ଏଵଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ଏହାପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା I କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟ ଯଥା ଗ୍ୟାସ ଓ ତୈଳ ଦର ବୃଦ୍ଧି, ମମିତା ମେହେରଙ୍କୁ ନ୍ୟାୟ, ଭୂମିହୀନଙ୍କୁ ଘର ଡିହ, ବାସହୀନଙ୍କୁ ଆବାସ ସମେତ ବିଭିନ୍ନ ଦାବୀ ଉପରେ ଉପସ୍ଥିତ ଥିବା ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, RGPRS ସଂଯୋଜକ ପ୍ରତାପ ପ୍ରଧାନ, ଜିଲ୍ଲା ଯୁବ ଉପସଭାପତି ଗଗନ କୁମାର ପ୍ରଧାନ, ଜିଲ୍ଲା ସମ୍ପାଦକ ଯାକେଶ ପ୍ରଧାନ, ବ୍ଲକ ସଭାପତି ସଦାନନ୍ଦ ନାୟକ, ନଗର ସଭାପତି ଏନ. ରାଜା ରାଓ, ଡିସିସି ସଭ୍ୟା ଅଞ୍ଜୁମ ଅହମଦ, ନାରୀନେତ୍ରୀ ମଧୁଲିନା ଦିଗାଲ ପ୍ରମୁଖ ଯୋଗ ଦେଇ ବିଭିନ୍ନ କେନ୍ଦ୍ର ଓ ରାଜ୍ୟର ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ I ଏଥିରେ ବହୁ ପୁରାତନ କଂଗ୍ରେସ ନେତା ଓ କର୍ମୀ ଏହି ଜଣଜାଗରଣ ଅଭିଯାନରେ ସହଯୋଗ କରିଥିଲେ I
Next Post