ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଠାରେ କଂଗ୍ରେସ ତରଫରୁ ଆଜି ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଛି I
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମୁଖ୍ୟ ଅଥିତି ଶ୍ରୀମତୀ ସୁଶ୍ରୀ ମିନାକ୍ଷୀ ନଟରାଜନ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସ, ରାଜ୍ୟ ପ୍ରଭାରୀ ଶ୍ରୀ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ପ୍ରଭାରୀ ଶ୍ରୀ ବିସ୍ମୟ ମହାପାତ୍ର, ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଙ୍ଘଠନର ରାଜ୍ୟ ସଭାପତି ଶ୍ରୀ ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧକ୍ଷ ଶ୍ରୀ ପ୍ରଫୁଲ୍ଲ ଦିଗାଲ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ୍ୟ ସଂଘଠନ ସଭାପତି ଶ୍ରୀ ପ୍ରତାପ କୁମାର ପ୍ରଧାନ, ପୂର୍ବତନ ଏମ ଏଲ ଏ ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, କଂଗ୍ରେସ ର ନେତା କର୍ମୀ ଓ ମହିଳା ମା ମାନେ ବହୁତ ମାତ୍ରାରେ ଜନ ଜାଗରଣରେ ଯୋଗଦେଇଥିଲେ I କେନ୍ଦ୍ର ସରକାରଙ୍କ ମନମୁଖି ସାଶନ, ରାଜ୍ୟ ସରକାରଙ୍କ ଦୁର୍ନୀତି, ମମିତା ମେହେରଙ୍କ ନ୍ୟାୟ ଦାବି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟସ ବୃଦ୍ଧି ଓ ଅନ୍ୟାୟ ଅତ୍ୟାଚାର,ଏକ ଛତ୍ରବାଦୀ ସାଶନ ଚଳିବ ନାହିଁ ବୋଲି ନାରା ଦେଇ ପାବୁରିଆ ସ୍ଥିତ ମାଲେରିମାହା ଠାରୁ ପାବୁରିଆ ଛକ ପର୍ୟ୍ୟନ୍ତ କଂଗ୍ରେସର ପୁରୁଖା ନେତା କର୍ମୀ ଓ କର୍ମକର୍ତା ଜନ ଜାଗରଣ ସଭାଯାତ୍ରାରେ ଯାଇ ଥିଲେ I ଏହି ପଦଯାତ୍ରାରେ ବହୁ ମାତ୍ରାରେ କଂଗ୍ରେସ କର୍ମୀ ଯୋଗ ଦେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି I