ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ପକ୍ଷରୁ ଦୁଇ ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଉଦଘାଟିତ ହୋଇଛି I
ଏହି ଶିବିରରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ଚେୟାରପର୍ଶନ ଏବଂ ପୂର୍ବତ୍ତନ ସାଂସଦ ମୀନାଖି ନଟରାଜନ, କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରି ବିସ୍ମୟ ମହାପାତ୍ର, ଆରଜିପିଆରଏସ ରାଜ୍ୟ ଉପସଭାପତି ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ଚନ୍ଦ୍ର ନାୟକ, କନ୍ଧମାଳ ଜିଲ୍ଲା ସଂଯୋଜକ ପ୍ରତାପ ପ୍ରଧାନ, ଓଡିଶା ଇନଚାର୍ଜ କୁନାଲ ବେନାର୍ଜୀ, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ନଗର ସଭାପତି ଏନ ରାଜା ରାଓ, ବ୍ଲକ ସଭାପତି ସଦାନନ୍ଦ ନାୟକ, ପୂର୍ବତ୍ତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ ପଟ୍ଟନାୟକ, ଦାରିଙ୍ଗବାଡ଼ି ଜିଲ୍ଲା ପରିଷଦ ସଭ୍ୟା ଦୀପିକା ପ୍ରଧାନ, ଦାରିଙ୍ଗବାଡ଼ି ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପ୍ରଧାନ, ରାଇକିଆ ବ୍ଲକ କଂଗ୍ରେସ ସଭାପତି କ୍ରୀଶନା ପ୍ରିୟା ପ୍ରଧାନ, କନ୍ଧମାଳ ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ଅନୁପମ କଂହର, ଡିସିସି ଏକ୍ସଉକେଟିଭ ମେମ୍ବର ଅଞ୍ଜୁମ ଅହମ୍ମଦ, ବୌଦ୍ଧ ଜିଲ୍ଲା ଆରଜିପିଆରଏସ ସଂଯୋଜକ ସମରେନ୍ଦ୍ର ମହାକୁଡ଼ ଏବଂ ଡିସିସି ସାଧାରଣ ସମ୍ପାଦକ ଜାକେଶ ପ୍ରଧାନଙ୍କ ସମେତ ଏକ ସହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତଗାନ କାରିଥିଲେ I ତାପରେ ପରସ୍ପରର ପରିଚିତ ପ୍ରଦାନ କାରିଥିଲେ I କାର୍ଯ୍ୟକ୍ରମର ଆରମ୍ଭରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ସଙ୍କଳ୍ପ ଶିବରର ଶୁଭାରମ୍ଭ କରିଥିଲେ I