ଅନୁସନ୍ଧାନ ଭାରତ(ବ୍ୟୁର): ସୁପ୍ରତିଷ୍ଠିତ ଅନୁଶିକ୍ଷଣ ଅନୁଷ୍ଠାନ ଇନୋଭେଟିଭ ଟ୍ୟୁଟୋରିଆଲ ( +2 କଳା /ବିଜ୍ଞାନ ) ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ପ୍ରକାଶିତ +2 ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ଥିବା ଅନୁଷ୍ଠାନର ମେଧାବୀ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଅଫଲାଇନ ପରୀକ୍ଷା ଦେଇ ହାସଲ କରିଥିବା ଉଚ୍ଚମାନର ସଫଳତା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ସୁପ୍ରିୟା ମହାନ୍ତି, ସଭାପତି ଭାବେ ଇନୋଭେଟିଭ ଟ୍ୟୁଟୋରିଆଲ ଅନୁଷ୍ଠାନ ମୁଖ୍ୟ ଅନନ୍ତ ଅନୁରୂପ ବେହେରା ଉପସ୍ଥିତି ରହି କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଉଜ୍ୱଳ ଭବିଷ୍ୟତ ନିମନ୍ତେ ଅନୁପ୍ରେରିତ କରିଥିଲେ I କୃତି ଛାତ୍ରଛାତ୍ରୀ ଯଥାକ୍ରମେ ଉଦିତ ନାରାୟଣ ପ୍ରଧାନ (466), ଚନ୍ଦନ ଦିଗାଳ (464), ଆଦିତ୍ୟ ଆରୁଖ (452), ଶିବାନୀ ଚର୍ଚ୍ଚା (451), ଜ୍ୟୋତିଷ ପ୍ରଧାନ (442)ବିଭୁତିରାଜ ପ୍ରଧାନ (433), ପ୍ରବୀଣ ସାହୁ (432), ସୁମନ୍ତ ଦଳବେହେରା (431), କାହ୍ନୁଚରଣ ପ୍ରଧାନ (429), ଅଭିଜିତ ପାତ୍ର (428), ସ୍ୱପ୍ନେଶ ପ୍ରଧାନ (426), ସୁନୀତ ଦିଗାଳ (414), ରାଜନନ୍ଦିନୀ ନାୟକ (408) ଆଦି ଯୋଗଦେଇ ନିଜ ଅନୁଭୂତି ମାଧ୍ୟମରେ ଆଗାମୀ ପିଢ଼ିର ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ I କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଛନ୍ତି +2 ଅଫଲାଇନ ପାସ କରିଥିବା ଛାତ୍ର ଛାତ୍ରୀ I