ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ହଳଦୀ ଘରେ ଘରେ ବେଶ ପରିଚିତ I ଏହା ସହ ଏବେ ହଳଦୀପତ୍ର ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି I ହଳଦୀପତ୍ରରେ ପ୍ରସ୍ତୁତ ପିଠା ଯେତିକି ସୁଆଦିଆ ଦେହ ପାଇଁ ମଧ୍ୟ ସେତିକି ହିତକର I ତେଣୁ ହଳଦୀପତ୍ର ଦେଖିବା ମାତ୍ରେ ଗରାଖ ବିଡ଼ାଏ ଦି ବିଡ଼ା କିଣି ଘରକୁ ନେଇ ଥାନ୍ତି I ସେପଟେ ପତ୍ର ବିକ୍ରିକରି ଚାଷୀ ବି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି I କ୍ଷେତରେ ସବୁଜ ଛନଛନ ହଳଦୀପତ୍ରର ଦୃଶ୍ୟ ବେଶ ମନୋରମ I କନ୍ଧମାଳ ହଳଦୀର ଚାହିଦା ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏବେ ହଳଦୀପତ୍ର ବି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି I
ରାତି ପାହିବା ମାତ୍ରେ ବିଲ ମୁହାଘରର ମହିଳାମାନେ I ପତ୍ର ତୋଳିବା ପରେ ଏହାକୁ ଭଲଭାବେ ସଫାକରି ବିଡ଼ା କରୁଛନ୍ତି I ଦଶଟି ହଳଦୀପତ୍ର ଥିବା ବିଡା କୁ ୫ ଟଙ୍କାରେ ବିକ୍ରି କରାଯାଉଛି I ଜିଲ୍ଲା ବାହାରର ବ୍ୟବସାୟୀମାନେ ଗାଡ଼ି ଧରି ଗାଁକୁ ଆସି ହଳଦୀପତ୍ର ବିଡ଼ା ସଂଗ୍ରହ କରି ଅନ୍ୟ ଜିଲ୍ଲାକୁ ନେଉ ଥିବାର ଦେଖା ଦେଇଛି I ଏଥିରୁ ରାଜ୍ୟର ରାଜଧାନୀ ରୁବନେଶ୍ଵର ବାଦ ପଡ଼ି ନାହିଁ I କଟକ, ପୁରି, କେନ୍ଦ୍ର।ପଡ଼ା, ଜଗତସିଂପୁର ନୟାଗଡ଼, ବାଲେଶ୍ଵର ଓ ଭଦ୍ରକ ଆଦି ଅଞ୍ଚଳରେ ବିକ୍ରୀ ହେଉଛି କନ୍ଧମାଳ ଜିଲ୍ଲାର ହଳଦୀ ଏସବୁ ପତ୍ର I କନ୍ଧମାଳ
ହଳଦୀପତ୍ରରେ ତିଆରି ପିଠା ପାଟିକୁ ସୁଆଦ ଏବଂ ଦେହ ପାଇଁ ବି ଭଲ I ଏଣୁ ହଳଦୀପତ୍ରର ଚାହିବା ଦିନକୁ ଦିନ ବଢୁଥିବା କହିଛନ୍ତି ବ୍ୟବସାୟୀ I ପୂର୍ବରୁ ପତ୍ରଗୁଡିକ ଆପେ ଆପେ ବିଲରେନଷ୍ଟ ହେଉଥିଲା I ଏବେ ୩/୪ ବର୍ଷ ହେଲା ବ୍ୟବସାୟୀମାନେ କିଣି ନେଉଥିବାରୁ ମହିଳାମାନେ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଜଣେ ଜଣେ ମହିଳା ଦିନକୁ ୨ ଶହ ରୁ ୫ ଶହ ଟଙ୍କାଯାଏ ରୋଜଗାର କରି ଥାଆନ୍ତି I ପତ୍ର ବିକ୍ରି ଦିଗରେ ଜିଲ୍ଲାର ହଳଦୀ ସୋସାଇଟି କସମର ଉଦ୍ୟମ ନିଶ୍ଚୟ ପ୍ରସଂସନୀୟ O