ରୁଦାଙ୍ଗିଆ ଘାଟିରେ ଅଟୋ ଓଲିଟି ୮ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଳକର ରୁଦାଙ୍ଗିଆ ଘାଟିରେ ଅଟୋ ଓଲଟି ଚାଳକଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି I ଆଜି ଟିକାବାଲି ବ୍ଲକ ଟପରବାଲି ଗ୍ରାମର ଗ୍ରାମବାସୀ ରାଇକିଆ ବ୍ଲକ ଦିଗୀ ଗ୍ରାମକୁ ବିବାହ ଭୋଜି ଖାଇ ଯାଇ ଥିଲେ I

csp

ସନ୍ଧ୍ୟା ସମୟରେ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁ ଥିଲେ I ଏହି ସମୟରେ ରୁଦାଇଙ୍ଗିଆ ଘାଟିରେ ଅଟୋ ଭାରସାମ୍ୟ ହରାଇ ଓଲଟି ଥିଲା I ଯାହା ଫୋଳରେ ରୋହନ କୁମାର ପ୍ରଧାନ(ଶିଶୁ), ରାହୁଲ ପ୍ରଧାନ(ଶିଶୁ), ସୀମାଞ୍ଚଲ ପ୍ରଧାନ(ଅଟୋ ଚାଳକ), ସନ୍ଦୀପ ପ୍ରଧାନ(ଶିଶୁ), ଶାଶୀମାଇ ପ୍ରଧାନ(ବୃଦ୍ଧା), ଉମେଶ କଂହର(ଶିଶୁ), ଶର୍ମିଳା ପ୍ରଧାନ(ଯୁବତୀ), ଅନିମା କଂହର(ମହିଳା) ଆହତ ହୋଇ ଥିଲେ I ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲା I