ଅନୁସନ୍ଧାନ ଭାରତ(ବ୍ୟୁର): ବିଳମ୍ବ ହେଲେ ସୁଦ୍ଧା ରାଜ୍ୟସରକାରଙ୍କ ଦ୍ୱାରା 5Tରେ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇଥିବାରୁ ଆଜି ସ୍ଥାନୀୟ ହଵାକ ହାଇସ୍କୁଲରେ ପୁରାତନ ଛାତ୍ର ସଂସଦକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I।ଉକ୍ତ ବୈଠକରେ ପୁରାତନ ଛାତ୍ର ସଂସଦ ସଭାପତି ରାମକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଉପସ୍ଥିତ ପୁରାତନ ଛାତ୍ର ବିଦ୍ୟାଧର ପାଳ, ରମାକାନ୍ତ ମହାପାତ୍ର, ପତିତପାବନ ସାହୁ, ପି.ସଂଜୀବ ପାତ୍ର, ବାଣୀଚରଣ ରଥ, ପ୍ରଶାନ୍ତ ଦାଶ, କିଶୋର ନାୟକ, ଅନିଲ କୁମାର ଦଳବେହେରା, ଗଗନ କୁମାର ପ୍ରଧାନ ସମେତ ପ୍ରଧାନ ଶିକ୍ଷକ ବିଜୟ ମିଶ୍ର, ଗିରିଜା ଶଙ୍କର ପଣ୍ଡା, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସହ ବହୁ ପୁରାତନ ଛାତ୍ର ଯୋଗ ଦେଇଥିଲେ I ମଂଚାସୀନ ପୁରାତନ ଛାତ୍ର ସଂସଦ ବିଦ୍ୟାଳୟର ଇତିହାସ ଉପରେ ନିଜର ଅଭିଭାଷଣ ରଖି ବହୁ ଦିନର ଆଶା ପୂରଣ ହେବାକୁ ଯାଉଥିବା ପ୍ରକାଶ କରିଥିଲେ I ସରକାର ଏହି ସ୍କୁଲକୁ 5T ରେ ସାମିଲ କରି ସ୍ମାର୍ଟ ସ୍କୁଲ ର ମାନ୍ୟତା ଦେଇଥିବାରୁ ବିଶେଷ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସରକାରଙ୍କୁ ସ୍କୁଲରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଏଵଂ ଷ୍ଟାଫ କ୍ୱାର୍ଟର ନଥିବାର ଦୁଃଖ ପ୍ରକାଶ କରିଅଛନ୍ତି I।ସ୍ମାର୍ଟ ସ୍କୁଲ ସହ ଶିକ୍ଷକ ପଦବୀ ପୂରଣ କରାଗଲେ ସ୍କୁଲ ଛାତ୍ର ଉପକୃତ ହୋଇପାରିଥାନ୍ତେ I