ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସମୁଖରେ କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ, ଗ୍ୟାସ, ଖାଇବା ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି I ପ୍ରାୟ ଏକ ଶହରୁ ଉର୍ଧ୍ଵ ମହିଳା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ଲାକାର୍ଡ଼ ଧରି ନାରାବାଜି ଦେଇ ବ୍ଲକ ଅଫିସ ସମୁଖରେ ଧାରଣାରେ ବସିଥିଲେ I ଉକ୍ତ ଧାରଣାରେ ବ୍ଲକ ମହିଳା ସଭାନେତ୍ରୀ ବିଜୟିନୀ ନାୟକ, ନଗର ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ସୁନିତା ନାୟକ, ସଂଯୁକ୍ତା ପ୍ରଧାନ, ନର୍ମଦା ନାୟକ, ସ୍ୱୟଂ ସହାୟିକା ସଭାପତି, ସମ୍ପାଦିକା ସହ ବ୍ଲକ ଏଵଂ ଏନଏସ ର ବହୁ ମହିଳା ଧାରଣାରେ ଯୋଗଦାନ କରିଥିଲେ I