ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ବେଥେଲ ସଭା ଗୃହ ଠାରେ ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ତରଫରୁ ସଂଖ୍ୟା ଲଘୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଧେଶକ ଫାଦର ମଦନ ସୁଆଲସିଂ, ସହ ନିର୍ଦ୍ଧେଶକ ଫାଦର ତ୍ରିନାଥ କହଁର, ପ୍ରୋଗ୍ରାମ କୋଆର୍ଡିନେଟର ଅରୁଣ ନାୟକ, ଫିଲଡ କୋଅର୍ଡିନେଟର ଦିବ୍ୟସିଂହ ସେବାସୁନ୍ଦର, ଫିଲଡକୋଅର୍ଡିନେଟର ମିନାକ୍ଷୀ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ I
ଘୁ.ଉଦୟଗିରି ବ୍ଲକ ଏବଂ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗ ଦେଇ ଥିଲେ I ଏହି ପରି ଭାବରେ ଜନବିକାଶ ସଂସ୍ଥା ପକ୍ଷରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଂଖ୍ୟାଲଘୁ ବିଦ୍ୟାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ଏବଂ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂସ୍ଥାର ନିର୍ଦ୍ଧେଶକ ଫାଦର ମଦନ ସୁଆଲସିଂ ସୂଚନା ଦେଇଛନ୍ତି I