ଶାନ୍ତିଝର ପିକନିକ ସ୍ପଟ ପରିଦର୍ଶନ କରିଲେ ଗଞ୍ଜାମ ଜ଼ିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ ତନୁଜା ଦାସ ଆଜି ଧରାକୋଟ ବ୍ଲକ ଗସ୍ତ କରି  ଶାନ୍ତିଝର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶାନ୍ତିଝର ଉର୍ନୟନ କମିଟି ସଦ୍ୟସ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ ବିଷୟ ନେଇ ଜ଼ିଲ୍ଲା ସହ ନିର୍ଦେଶକଙ୍କ ସହ ଆଲୋଚନା କରିଥିଲେ l ପରିଦର୍ଶନ କରି ସେଠାରେ ଉପଲବ୍ଧ ଥିବା ଶିଶୁ ଉଦ୍ୟାନ, ପାନୀୟ ଜଳ, ରାସ୍ତା, ଇଲେକ୍ଟ୍ରିକ ସଂଯୋଗ ଆବଶ୍ୟକ ଓ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଆଲୋଚନା କରି ଉର୍ନ୍ନତି ପାଇଁ ସରକାରଙ୍କୁ ପତ୍ର ଜରିଆରେ ଅବଗତ କରିବେ ବୋଲି ପ୍ରତିଶୃତି ଥିବା ଉନ୍ନୟନ କମିଟିର ସଦସ୍ୟ ସୁଚନା ଦେଇଛନ୍ତି l