ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନରେ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ କରି କେନ୍ଦ୍ର ନିକଟରେ ଥିବା ପରିତ୍ୟକ୍ତ କୋଠରୀ ଓ ଲଟାବୁଦା ସଫା, ପୂର୍ଣ୍ଣାଙ୍ଗ ଲାଇବ୍ରେରୀ ଓ କମ୍ପୁଟର ଉପକରଣ ଯୋଗାଇ ଦେବାକୁ ପ୍ରଶିକ୍ଷାର୍ଥୀମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ ଭାରତୀ ଦେବୀ, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ଜେଇ ରବୀନ୍ଦ୍ର ନାୟକ, ଡିଆରଡିଏ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, କୁବେର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗଞ୍ଜାମର ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ଯୁବକ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରାଯାଉଛି । ଏହି କ୍ରମରେ ଭଞ୍ଜନଗର ସବ୍ ଡ଼ିଭିଜନର ତାଲିମ୍ କେନ୍ଦ୍ର ସ୍ଥାନୀୟ ସିଟି ସ୍କୁଲ ପରିସରରେ ଖୋଲିଛି ।  ବର୍ତ୍ତମାନ ସେଠାରେ ୪୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।