ଦାରିଙ୍ଗବାଡିରେ ବିଶ୍ଵ ଫିଜିଓ ଥେରାପି ଦିବସ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାହାରା ଫିଜିଓ ଥେରାପି କାର୍ଯ୍ୟାଳୟ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ”  କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରିବାରେ ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ ସୃଷ୍ଠି କରିବା l ଏହି ଅବସରରେ ବାଲେଶ୍ୱର ଜିଲ୍ଲା ବସ୍ତାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରେ ଚାଲିଅଛି l ଏହି କାର୍ଯ୍ୟକ୍ରମରେ  ଅତିଥି ଭାବେ  କିରିକୁଟି ସିଆରସିସି, ଦାରିଙ୍ଗବଡ଼ି ସିଆରସିସି ବଳଭଦ୍ର ମଲ୍ଲିକ, ସୁରେଶ କୁମାର ସାହୁ  ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ଥିବା ସମସ୍ତ ପରିବାର, ପିଲା ଓ ସେବାକାରୀ ଯତ୍ନବାନମାନଙ୍କୁ ବୌଦ୍ଧିକ ବିକାଶ କ୍ଷେତ୍ରରେ ଉପାଦେୟ ତଥା ପ୍ରେରଣାମୟ ପରାମର୍ଶ ଦେଇଥିଲେ  କାର୍ଯ୍ୟକ୍ରମକୁ ଗଣେଷ ମୁଳି ପରିଚାଳନା l