ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଘୁ.ଉଦୟଗିରି ସହରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ଉପ-ସଭାପତି ସଞ୍ଜୟ କୁମାର ଆଚାର୍ଯ୍ୟ, ସମ୍ପାଦକ ଭେଙ୍କଟେଶ୍ବର ବେହେରା, ସହ-ସମ୍ପାଦକ ପ୍ରଶାନ୍ତ ମୁନି ଓ କୋଷାଧ୍ୟକ୍ଷ ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସହିତ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଲକ୍ଷ୍ମଣ ଆଚାର୍ଯ୍ୟ, ବିପିନ କୁମାର ମଲ୍ଲିକ, ସୁରେଶ ମହାପାତ୍ର, ନିରଞ୍ଜନ ପଣ୍ଡା, ରଘୁନାଥ ପତି, ଭୋଲାଶଙ୍କର ସାମନ୍ତରାୟ, ପିଣ୍ଟୁ ତ୍ରିପାଠୀ, ପ୍ରତାପ କୁମାର ପଣ୍ଡା, ନାରାୟଣ ମହାରଣା, ବାଳକୃଷ୍ଣ ବେହେରା, ବିଶ୍ୱେଶ୍ୱର ସାହୁ, ସିଏଚ୍ ମହେଶ ପାତ୍ର ପ୍ରମୁଖ ରହିଥିବା ବେଳେ ଉପଦେଷ୍ଟା ମଣ୍ଡଳୀ, ଅନିଲ କୁମାର ପଟ୍ଟନାୟକ, ପତିତ ପାବନ ସାହୁ, ପ୍ରସାଦ ସାହୁ, ବି.ଦିଲୀପ କୁମାର ପାତ୍ର, ସୁରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଛନ୍ତି I ସହରର ବରିଷ୍ଠ ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ ଏବଂ ସଞ୍ଜୟ ଆଚାର୍ଯ୍ୟଙ୍କ ପୁରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ମକର୍ତାମାନଙ୍କ ସହିତ ବ୍ୟବସାୟୀମାନେ ଉପସ୍ଥିତ ରହିଥିଲେ ।