କନ୍ଧମାଳ ଜିଲ୍ଲାରେ ଜାତି, ଧର୍ମ ନାମରେ ଭେଦଭାବ ଓ ଅରାଜଗତା ସୃଷ୍ଟି କରିବା ବରଦାସ୍ତ କରାଯିବ ନାହିଁ: କନ୍ଧମାଳ ମିଳିତ ମଞ୍ଚ …
ଜିଲ୍ଲା ରେ ଅରାଜଗତା ସୃଷ୍ଟି କରିବା ବରଖାସ୍ତ କରାଯିବ ନାହିଁ : କନ୍ଧମାଳ ମିଳିତ ମଞ୍ଚର ଆହ୍ବାନ ।
ଦାରିଙ୍ଗବାଡି : ତା:୯/୯ (ଅଶୋକ ସିଂ) କନ୍ଧମାଳ ଜିଲ୍ଳା ମିଳିତ ମଞ୍ଚ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଶାଖା ପକ୍ଷରୁ ନେତୃତ୍ୱ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ସଭାପତି ତଥା ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଆମୀର ଚାନ୍ଦ ନାୟକ,ସମ୍ପାଦକ ପ୍ରଶାନ୍ତ ନାୟକ, ସକ୍ରୀୟ ସଦସ୍ୟ ରମାକାନ୍ତବଳିଆର ସିଂ , କୁଇକୁକ ସମିତି ସଭାପତି ଘନେଶ୍ୱର ପ୍ରଧାନ , ନାଗେଶ୍ୱର ପ୍ରଧାନ ସମେତ ଅଞ୍ଚଳ ର ଆଠଗୋଟି ପଞ୍ଚାୟତ ର ନେତୃବୃନ୍ଦ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲା ଓ ଏଠାକାର ଅଧିବାସୀ ମୂଳନିବାସୀ ମାନଙ୍କ ସାମାଜିକ , ଅର୍ଥନୈତିକ ଓ ରାଜୈତିକ ପରିସ୍ଥିତି ସମ୍ପର୍କ ରେ ସମୀକ୍ଷା କରାଯାଇଥିଲା ।
କନ୍ଧମାଳ ବସୀଙ୍କ ପ୍ରତୀ ସରକାର ଙ୍କ ଚରମ ଅବହେଳା ଓ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଏହି ମିଳିତ ମଞ୍ଚ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ବୋଲି ମତ ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ଏକ ଶାନ୍ତି ପ୍ରିୟ ଜିଲ୍ଲା ଭାବେ ପରିଚିତ , ଏଠାରେ ଆଦିବାସୀ ଦଳିତ ଓ ପଛୁଆ ବର୍ଗ ର ଲୋକ ଆବହ ମାନ କାଳରୁ ବାସ କରି ଆସୁଛନ୍ତି, ଏଣୁ କୁହାଯାଏ କନ୍ଧମାଳ ରେ “କନ୍ଧ ରାଜା କୁ ପାଣ ମନ୍ତ୍ରୀ ” । କନ୍ଧମାଳ ଜିଲ୍ଲା କୁ କିଛି ବାହ୍ୟ ଶକ୍ତି , ମୁଷ୍ଟିମେୟ ଗୋଷ୍ଠୀ ,ବିଭିନ୍ନ ରାଜନୈତିକ ଦଳ , ଜାତି , ଧର୍ମ ନାମରେ ଭେଦଭାବ ସୃଷ୍ଟି କରି ଜିଲ୍ଲାରେ ଅଶାନ୍ତି ଆରାଜଗତା ସୃଷ୍ଠି କରୁଛନ୍ତି ଏଣୁ ସମସ୍ତଙ୍କୁ ସତର୍କ ରହି ବାକୁ ହେଵ ବୋଲି ମଞ୍ଚ ପକ୍ଷରୁ ସଚେତନ କରାଯାଇଛି । କନ୍ଧମାଳ ବାସୀ ଥରେ ସାମ୍ପ୍ରଦାୟିକ ପରିସ୍ଥିତି ର ସମ୍ମୁଖୀନ ହୋଇଥିଲେ , ପୁନର୍ବାର ସେହି ଭୁଲ କୁ ଆପଣେଇବେ ନାହିଁ , ବରଂ ସଭିଏଁ ମିଳିମିଶି ସାମଜିକ ଅର୍ଥନୈତିକ, ରାଜନୈତିକ ଓ ସାମ୍ବିଧାନିକ ନ୍ୟାୟ, ହକ୍ ପାଇଁ ମିଳିତ ମଞ୍ଚ ଆଧାର ରେ ସରକାରଙ୍କ ନିକଟ ରେ ଦାବୀ ଉପସ୍ଥାପନ କରିବେ ବୋଲି ମତ ପ୍ରକାଶ ପାଇଛି । ଫୁଲବାଣୀ ସଦର ମହକୁମା ରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସରେ କନ୍ଧମାଳ ଖ୍ରୀଷ୍ଟ ସମ୍ପ୍ରଦାୟ ବିରୋଧରେ ଉତ୍ତେଜନା ମୂଳକ ମନ୍ତବ୍ୟ ଦେବା, କନ୍ଧମାଳ ଭେଷଜ ମହାବିଦ୍ୟାଳୟ ହସ୍ପିଟାଲ ର ନାମ ପରିବର୍ତ୍ତନ କରିବା , ଅନେକ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରିତ ନ କରିବା ବିଷୟ କୁ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ତୃଣମୂଳ ସ୍ତର ରୁ ସଂଗଠନ କୁ ସୁଦୃଢ଼ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକ ରେ ଅଞ୍ଚଳ ର ଆଠଗୋଟି ପଞ୍ଚାୟତରୁ ଶତାଧିକ ମହିଳା ପୁରୁଷ ନେତୃବୃନ୍ଦ ଯୋଗ ଦେଇଥିଲେ। ସଂଗଠନ ର ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାୟକ ବୈଠକ ରେ ସଂଯୋଜନା କରିଥିବାବେଳେ ବିପିନ ବସ୍ତରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।