ଦାରିଙ୍ଗବାଡ଼ି(ଆଶୋକ ସିଂ) : କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇ ଯାଇଛି । ଝିପି ଝିପି ବର୍ଷା କୋହଲା ପାଗରେ ମଧ୍ୟ ବ୍ଲକର ୨୫ ଗୋଟି ପଞ୍ଚାୟତର ଜନ ସାଧାରଣ ଓ ଲୋକ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଆସି ଜିଲ୍ଲପାଳଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ମୋଟ ୨୨୧ଟି ଅଭିଯୋଗ ମଧ୍ୟରୁ ସାମୂହିକ ଭାବେ ୧୨୧ ଏବଂ ବ୍ୟକ୍ତିଗତ ଭାବେ ୧୦୦ ଟି ଅଭିଯୋଗ ହୋଇଥିଲା । ଏହି ଅବସରରେ ୧୦ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏକ ହଜାର ଲେଖାଏଁ ଭତ୍ତା ପ୍ରଦାନ କରାଯାଇ ଥିଲା ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେର ପ୍ରଦାନ କରାଯାଇ ଥିଲା । ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ରୁ ୮୦କିମି ଦୁରରେ ଥିବା ଜନ ସାଧାରଣ ଏହି ଅଭିଯୋଗ ଶୁଣାଣିରୁ ବଞ୍ଚିତ ହେଉଥିବାରୁ ବ୍ରାହ୍ମଣୀଗାଁ ଅଞ୍ଚଳର ଆଠଗୋଟି ପଞ୍ଚାୟତବାସୀଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଦାବୀ ହୋଇଛି l ଆଗାମୀ ଦିନରେ ତାହାର ସମାଧାନ କରିବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରାହ୍ମଣୀଗାଁ ତଥା ଅଞ୍ଚଳରେ ଇଣ୍ଟରନେଟ ସମସ୍ୟା ଲାଗି ରହୁଥିବା ନେଇ ଅଭିଯୋଗ ହୋଇଥିଲା l କରେଣ୍ଟ ଚାଲିଗଲେ ଇଣ୍ଟରନେଟ କଟିଯାଉଛି l ଏହାର ସମାଧାନ ବ୍ୟାଟେରୀ ବେକପ୍ ଦିଆଯିବ ଆଵଶ୍ୟକ ସ୍ଥଳେ ସୋଲାର ଵ୍ୟଵସ୍ଥା କାରାଯିବ ବୋଲି ଜିଲ୍ଲାପାଳ ବେଦ ଭୁଷଣ କହିଛନ୍ତି । ଆୟୋଜିତ କର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ପ୍ରଣିତା ଦାସ, ପିଏଆଇଟିଡିଏ କୃପାସିନ୍ଧୁ ବେହେରା, ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର ପ୍ରଧାନ ସମେତ ସମସ୍ତ ବିଦ୍ୟୁତବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଏଇ ସଞ୍ଜୟ ରଥ, ଜେଇ ତୁଷାରକାନ୍ତ ସେଠୀଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀମାନେ କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ମୂତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।