ଲଗାଣ ବର୍ଷା ଯୋଗୁଁ କୋଟଗଡ ଅଂଚଳର ଜନସାଧାରଣ ହନ୍ତସନ୍ତ….

କୋଟଗଡ(ଦିପେନ୍ଦ୍ର ନାୟକ): ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ପନ୍ଦରଟି ପଂଚାୟତ l ଯାହା ପାଇଁ ଜନ ସାଧାରଣ ଘରୁ ବାହାରକୁ ଯାଇ କାମ କରି ଜୀବିକା ନିର୍ବାହ କରିବା ଏକ ପ୍ରକାର ଠପ୍ ହୋଇଛି l ଏହି ବର୍ଷାରେ ଅନେକ ଲୋକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ଏଭଳି ଭାବରେ ଯଦି ଆଉ କିଛି ଦିନ ବର୍ଷା ରହିବ ତାହାହେଲେ ଅନେକ ଲୋକେ ବହୁ ସମସ୍ୟାରେ ସମ୍ମୁଖୀନ ହେବେ ନେଇ ମତପ୍ରକାଶ ପାଇଛି l କାରଣ ଏହି ବ୍ଲକରେ ଅନେକ ଲୋକେ ଦିନ ମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରନ୍ତି l କାମ ଧନ୍ଦା ଅଭାବରୁ  ବାହାର ରାଜ୍ୟକୁ ଦାଦନ ଖାଟିବାକୁ ବାଧ୍ୟ ହୋଇଥାନ୍ତି l ତେଣୁ ପ୍ରଶାସନ ଏଥି ପ୍ରତି ଗୁରୁତ୍ବ ଦେଇ ସ୍ଥାନୀୟ ବାସିନ୍ଧାଙ୍କ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇବା ସହ ଜୀବିକା ନିର୍ବାହର ପନ୍ଥା ଯୋଗାଇବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି l