ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଏମ୍ ବି ସି ଜିଲ୍ଲା ପ୍ରତିନିଧୀ ଆଲିନ କୁମାର ପାଣିଙ୍କ ମାତୃ ବିୟୋଗ ଘଟିଛି । ସାମ୍ୱାଦିକ ଆଲିନ କୁମାର ପାଣିଙ୍କ ମାଆ ମରିୟମ ପାଣି ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ମେଳାପୀ, ପ୍ରେମୀ ମହିଳା ଓ ଜଣେ ଖ୍ରୀଷ୍ଟିଆନ ଧର୍ମର ପ୍ରଭୁ ଭୟକାରୀ ମହିଳା ଥିଲେ । ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ହୋଇ ସଂଘର୍ଷ କରି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ୱର୍ଗତ ମରିୟମ ପାଣିଙ୍କ ମୃତ୍ୟୁରେ ସାମ୍ୱାଦିକ ସୁରେଶ୍ ଚନ୍ଦ୍ର ନାଗ, ପ୍ରବୀଣ କୁମାର ଲିମା, କୈଳାସ ଚନ୍ଦ୍ର ସ୍ୱାଲସିଂ, ଉପ୍ରୀୟମ ନାଇକା, ନିରୋଜ କୁମାର ଷଡଙ୍ଗୀ, ମାନୁଏଲ୍ ମାଛ, ବିଶ୍ଵସ୍ଥ ଲିମ୍ମା ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି l