ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍ଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ତତ୍ବାବଧାନରେ ଅଗ୍ନି ନିରାପତ୍ତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ଵାରା ନିଆଁ ଦାଉରୁ ନିଜକୁ ଓ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ କୌଶଳ ଗୁଡ଼ିକ ବିଷୟରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ତଥା ଏନ୍ଏସି କର୍ମଚାରୀଙ୍କୁ ଡ୍ରିଲ୍ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ । ଯେପରି ଘରେ ରୋଷେଇ କଲାବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିବା, ରୋଷେଇ କଲାବେଳେ ତେଲ କଡ଼େଇରେ ଅଚାନକ ନିଆଁ ଲାଗିବା, କୌଣସି ଘରେ ଅଚାନକ ନିଆଁ ଲାଗିବା ପରେ କିପରି ବିପଦରୁ ନିଜକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ଉକ୍ତ ବିପଦଯୁକ୍ତ ପରିସ୍ଥିତିର ଡେମୋ ମାଧ୍ୟମରେ ଉଦ୍ଧାର କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଏସଏଚଜି ସଦସ୍ୟାଙ୍କ ସହ ଏନଏସି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ସସ୍ମିତା ବେହେରା, ପଙ୍କଜ ବେହେରା, ଗଣେଷ ଜେନା, ସରିତା ରଥ, ସ୍ବର୍ଣ୍ଣପ୍ରଭା ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।