ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ଗାଇବା ପୁଲିସ ଫାଣ୍ଡିରେ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଗାଇବା ଫାଣ୍ଡିର ଏସଆଇ ସୁରେନ୍ଦ୍ର ସେଠି ପତକା ଉତ୍ତଳନ କରି ଆଡମ୍ବର ସହ ଏହି ମହାନ ଉସ୍ଚବକୁ ପାଳନ କରିଲେ l ଉକ୍ତ କାର୍ଯ୍ୟକ୍ରମରେ ଗାଇବା ଫାଣ୍ଡିର ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତ ରହିବା ସହ ଗାଇବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀ ଓ ଗ୍ରାମର ଯୁବକମାନଙ୍କ ଉପସ୍ଥିତୀରେ ଏସଆଇ ସୁରେନ୍ଦ୍ର ସେଠି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଚକୋଲେଟେ ବଣ୍ଟନ କରି ଛାତ୍ରଛାତ୍ରୀଙ୍କ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସି ସେହି ବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l