ରା.ଉଦୟଗିରି ଠାରେ AITUCର ପ୍ରଥମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ରା.ଉଦୟଗିରି ଠାରେ AITUCର ପ୍ରଥମ ଜିଲ୍ଲା ସମ୍ମିଳନୀ ବଡସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାରି ହାଇସ୍କୁଲ ଛକ ଠାରୁ କଲ୍ୟାଣମଣ୍ଡପ ପରିକ୍ରମା କରିଥିଲା । ସଭାରେ ବିଜୁଳି କର୍ମଚାରୀ ସଂଘର ବସନ୍ତ ମହାରଣା ଲାଲ ପତାକା ଉତ୍ତୋଳନ କରିଥିଲେ । ଶ୍ରମିକ ନେତା ଏସ୍ରାଏଲ ମାଳିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନରସିଂହ ମାଳ ବିଷୋଇ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀର ଉଦ୍‌ଘାଟନ କରି ଏଆଇଟିସି ରାଜ୍ୟ ସାଧାରଣ ସମ୍ପାଦକ ଜିଲ୍ଲାର ସବୁକ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱାଗତ କରିଥିଲେ । କର୍ମକର୍ତ୍ତା କାର୍ଯ୍ୟକର୍ତ୍ତା ଶ୍ରମିକଙ୍କୁ ସ୍ୱାଗତ ଦେଇଥିଲେ । ଆସନ୍ତା ଦିନର ସଂଗ୍ରାମ ସମ୍ପର୍କରେ ଶ୍ରମିକଙ୍କୁ ସଂଘଠିତ କରି ମିଳିତ ଆନ୍ଦୋଳନକୁ ସଫଳ ନିମନ୍ତେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଓଡିଶା ଆଶା କର୍ମୀ ସଂଘର ସାଧାରଣ ସମ୍ପାଦିକା ନମିତା ସାହୁ, ଅଳକା ମିଶ୍ର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ । ଅଭୟ ଦାସ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପକ ସଞ୍ଜୟ ମଲିକ ଉଦ୍‌ବୋଧନ ଦେଇଥିଲେ । ଦ୍ବିତୀୟ ସଭା ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ଗୀତାଞ୍ଜଳି, କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା, ସାଧାରଣ ସମ୍ପାଦକ ନରସିଂହ ମାଳ ବିଷୋଇ, ଉପସଭାପତି ରଞ୍ଜନ କୁମାର ମହାପାତ୍ର, ସସ୍ମିତା ମଣ୍ଡଳ, କୋଦୁରୁ ରାମରାଜୁ, ଯୁଗ୍ମ ସମ୍ପାଦକ ଏସ୍ରାଏଲ ମାଳି, ଜୋତରୀନ୍ଦ୍ର, ସଭାପତି ଫ୍ରାନସିସ୍କ ନାୟକ, ପଙ୍କଜିନୀ ଶବର କୋଷାଧ୍ୟକ୍ଷ ଆଦିଙ୍କ ସମେତ ୧୧ ଜଣ କାର୍ଯ୍ୟକାରୀ କମିଟି ନିର୍ବାଚିତ ହେଲେ । ପ୍ରତି ବ୍ଲକରୁ ଜଣେଜଣେ  ଉପଦେଷ୍ଟା ସଦସ୍ୟ ଭିବେ ନିର୍ବାଚିତ କରାଗଲା ।